ବେଜିଙ୍ଗ: ଦିନକୁ ଦିନ ଚୀନ ଏବଂ ବ୍ରିଟେନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହେବାରେ ଲାଗିଛି । ଏନେଇ ଚୀନ କହିଛି, ବ୍ରିଟିଶ୍ ନାଶନାଲ ଏୟାରସିଜ୍ ପାସ୍ପୋର୍ଟକୁ ବୈଧ ଯାତ୍ରା ଦସ୍ତାବିଜ ବା ପରିଚୟ ପତ୍ରକୁ ଆଇନ୍ ଅନୁସାରେ ମାନ୍ୟତା ଦିଆଯିବ ନାହିଁ । ହଙ୍ଗକଙ୍ଗର ଲକ୍ଷ ଲକ୍ଷ ଲୋକଙ୍କୁ ବ୍ରିଟେନ୍ ନାଗରିକତ୍ୱ ଦେବା ନିଷ୍ପତ୍ତିକୁ ନେଇ ବଢ଼ୁଥିବା ତିକ୍ତତା ମଧ୍ୟରେ ଚୀନ ଏହି ବୟାନ ଦେଇଛି । ଚୀନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଝଓ ଲିଜିଆନ ଏ ନେଇ ଶୁକ୍ରବାର ଘୋଷଣା କରିଥିବା ଜଣାପଡ଼ିଛି । ଲିଜିଆନଙ୍କ ଏହି ଘୋଷଣା ବ୍ରିଟେନ୍ ହଙ୍ଗ୍କଙ୍ଗ୍ର ନାଗରିକତ୍ୱ ଉପରେ ନିଷ୍ପତ୍ତି ନେବାର କିଛି ଘଣ୍ଟା ପରେ ଆସିଛି । ବ୍ରିଟେନ୍ର ଘୋଷଣାରେ କୁହାଯାଇଛି ଯେ, ଆଜିଠାରୁ ଅର୍ଥାତ ରବିବାର ଠାରୁ ବିଏନ୍ଏ ଭିସା ପାଇଁ ଆବେଦନ ଗ୍ରହଣ କରାଯିବ । ଏହି ଯୋଜନାରେ ହଙ୍ଗ୍କଙ୍ଗ୍ର ୫୪ ଲକ୍ଷ ଲୋକ ବ୍ରିଟେନ୍ରେ ଆଗାମୀ ପାଞ୍ଚ ବର୍ଷ ପାଇଁ ରହିବା ଏବଂ କାମ କରିବା ପାଇଁ ଅନୁମତି ପାଇବେ ଏବଂ ଏହାପରେ ସେମାନେ ନାଗରିକତା ପାଇଁ ଆବେଦନ କରିପାରିବେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0