ଦେଶରେ ୧୦ ରାଜ୍ୟରେ ବାର୍ଡ଼ଫ୍ଲୁ ଜାରି ରହିଥିବା ବେଳେ ଏଥିରେ ସାମିଲ ହୋଇଛି ଆଉ ୧୩ ରାଜ୍ୟ । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ରାଜ୍ୟରେ ଥିବା କାଉ ଏବଂ ଜଙ୍ଗଲୀ ପକ୍ଷୀଙ୍କଠାରେ ବାର୍ଡ଼ ଫ୍ଲୁ ର ଭୂତାଣୁ ଚିହ୍ନଟ ହୋଇଛି । ତେବେ ଏହି ରାଜ୍ୟ ଗୁଡ଼ିକ ହେଉଛି କେରଳ ,ହରିୟାଣା,ମଧ୍ୟ ପ୍ରଦେଶ,ମହାରାଷ୍ଟ,ଛତିଶଗଡ଼,ଉତ୍ତରାଖଣ୍ଡ ,ଗୁଜୁରାଟ,ଏବଂ ଜମ୍ମୁ କାଶ୍ମୀରରେ ବାର୍ଡ଼ଫ୍ଲୁ ଜାରି ରହିଛି । ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି । ଏଥିସହ ଚିକେନ ଏବଂ ଅଣ୍ଡା ଖାଇବା ଉପରେ କଟକଣା ଜାରି କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0