ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଦେଶର ପ୍ରତ୍ୟେକ ପ୍ରସଙ୍ଗରେ ନିଜ ରାୟ ରଖିଥାନ୍ତି। ନିଜର ଏହି ଅନ୍ଦାଜ ପାଇଁ ସୋସିଆଲ ମିଡ଼ିଆରେ ସେ ଅନେକଥର ଟ୍ରୋଲର ଶିକାର ମଧ୍ୟ ହୋଇଛନ୍ତି। କଙ୍ଗନା ପୁଣି ଏହିଭଳି ଏକ ରାୟ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେଉଛି। କଙ୍ଗନା ଏକ ଟ୍ୱିଟ କରିଛନ୍ତି। ଟ୍ୱିଟରେ ସେ ନାଥୁରାମ ଗଡ୍ସେଙ୍କୁ ସମର୍ଥନ କରିଛନ୍ତି। ଶହୀଦ ଦିବସରେ କଙ୍ଗନା ଏହି ଟ୍ୱିଟ କରିଥିଲେ। ଏହି ଟ୍ୱିଟରେ ନାଥୁରାମ ଗଡ୍ସେଙ୍କୁ ସମର୍ଥନ କରି ସେ ଲେଖିଥିଲେ, “ପ୍ରତ୍ୟେକ କାହାଣୀର ୩ଟି ଦିଗ ଥାଏ, ଗୋଟିଏ ମୋର, ଗୋଟିଏ ଆପଣଙ୍କର ଓ ଅନ୍ୟଟି ହେଲା ସତ୍ୟର…ଭଲ କାହାଣୀ କହୁଥିବା ଲୋକେ ନା କେବେ ବାନ୍ଧି ହୋଇଥାଏ ନା କେବେ କିଛି ଲୁଚାଏ। ନିଜର ଏହି ଟ୍ୱିଟକୁ ନେଇ ବର୍ତ୍ତମାନ କଙ୍ଗନା ଚର୍ଚ୍ଚାରେ। କିଛି ଲୋକ ତାଙ୍କ ଟ୍ୱିଟକୁ ନେଇ ତାଙ୍କ ସାହସର ପ୍ରଶଂସା କରୁଥିବାବେଳେ କିଛି ଲୋକ ତାଙ୍କୁ ସମାଲୋଚନା କରୁଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0