ପାଟଣା: ସରକାରୀ ସ୍କୁଲରେ ଚାଲିଛି ଡ୍ୟାନ୍ସ ବାର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବିହାରସ୍ଥିତ ଏକ ସରକାରୀ ସ୍କୁଲରେ । ଏହି ସ୍କୁଲରେ ଲୋକେ ବାର୍ଥ ଡେ ପାର୍ଟିି ଆୟୋଜନ କରୁଛନ୍ତି । ପାଟଣାକୁ ଲାଗି ରହିଥିବା ହାଜିପୁରର କିଛି ଯୁବତୀ କ ସ୍କୁଲରେ ଅଶ୍ଳୀଳ ଗୀତରେ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ଏକ ଶ୍ରେଣୀଗୃହ ବୋଲି ଭିଡିଓରେ ଦେଖିବା ପାଇଁ ମିଳିବ । କାରଣ ଡ୍ୟାନ୍ସ କରୁଥିବା ଯୁବତୀ ପଛରେ ଏକ ବ୍ଲାକବୋର୍ଡ ରହିଛି । ଏହା ସହ ଏହି ଡ୍ୟାନ୍ସରେ ସ୍କୁଲର ପ୍ରଧାନଶିକ୍ଷକ ଏବଂ ରାତ୍ରି ଜଗୁଆଳଙ୍କ ପୁଅ ମଧ୍ୟ ସାମିଲ ଅଛନ୍ତି । ତେବେ ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0