ଜଳେଶ୍ୱର:ଜାତୀୟ କଂଗ୍ରେସ ପକ୍ଷରୁ ଜଳେଶ୍ୱରରେ ମହାତ୍ମା ଗାନ୍ଧୀ ବଳିଦାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରେ ଗାନ୍ଧିଙ୍କ ଓଡ଼ିଶା ଆଗମନ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ ଗଠନର ଶତ ବାର୍ଷିକ ମଧ୍ୟ ପାଳନ ହୋଇଛି । ନିଶା ମୁକ୍ତ ଓଡ଼ିଶା ଗଠନ ପାଇଁ କଂଗ୍ରେସ ନେତୃବୃନ୍ଦ ଆହ୍ୱାନ ଦେଇଛନ୍ତି । କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ସତ୍ୟସୁନ୍ଦର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ସଭା । ଆୟୋଜିତ ସଭାରେ ଦଳର ପ୍ରବକ୍ତା ସୁଦର୍ଶନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0