ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହେଲା କରୋନା କାଳର ପ୍ରଥମ ବଜେଟ । ୨୦୨୧-୨୨ର ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୧-୨୨ର ବଜେଟ ପ୍ରସ୍ତାବ ଛଅଟି ସ୍ତମ୍ଭ ଉପରେ ଆଧାରିତ। ସେଗୁଡ଼ିକ ହେଉଛି- ସ୍ୱାସ୍ଥ୍ୟ ଓ ସ୍ୱଚ୍ଛନ୍ଦତା, ପ୍ରତ୍ୟକ୍ଷ ଏବଂ ଆର୍ଥିକ ପୁଞ୍ଜି ଏବଂ ଭିତ୍ତିଭୂମି, ଆକାଂକ୍ଷୀ ଭାରତର ସାମଗ୍ରୀକ ବିକାଶ, ମାନବ ପୁଞ୍ଜିର ପୁନଃଉତଥାନ, ଉଦଭାବନ ଏବଂ ଗବେଷଣା ଓ ବିକାଶ, ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ। ସାଧାରଣ ବଜେଟରେ ବଡ ଘୋଷଣା । ସଂସଦ ଗୃହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନାର ସରକାରଙ୍କ ତରଫରୁ ପିଏମ ଆତ୍ମନିର୍ଭର ସୁସ୍ଥ ଭାରତ ପାଇଁ ୬୪,୧୮୦ କୋଟି ନିବେଶ କରାଯିବ ଏବଂ ସ୍ୱାସ୍ଥ୍ୟ ବଜେଟକୁ ପ୍ରାଥମିକତା ଦିଆଯିବ । ଏଥିସହିତ ସରକାରଙ୍କ ତରଫରୁ ଡବ୍ଲ୍ୟୁଏଚଓର ସ୍ଥାନୀୟ ମିଶନକୁ ମଧ୍ୟ ଭାରତରେ କାର୍ୟ୍ୟକାରୀ କରିବାକୁ ସାଂସଦରେ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।
• ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୨.୨୩ ଲକ୍ଷ କୋଟି ଟଙ୍କା ଘୋଷଣା । ଗତ ସ୍ୱାସ୍ଥ୍ୟ ବଜେଟ ଠାରୁ ଏହା ୧୩୭% ଅଧିକ । ୧୭ଟି ନୂଆ ପବ୍ଲିକ ହେଲଥ ସେଣ୍ଟର କରାଯିବ । ୬୦୨ଟି ବ୍ଲକରେ କ୍ରିଟିକାଲ କେୟାର ସେଣ୍ଟର ନିର୍ମାଣ କରାଯିବ ।
• କୋଭିଡ ଭ୍ୟାକସିନ ପାଇଁ ୩୫୦୦୦ କୋଟି । ଭାରତର ଭ୍ୟାକସିନ ୧୦୦ରୁ ଅଧିକ ଦେଶକୁ ଫାଇଦା ଦେବ । ଆମ ପାଖରେ ପୂର୍ବରୁ ୨ଟି ଭ୍ୟାକସିନ ରହିଛି । ଖୁବଶୀଘ୍ର ଆଉ ୨ଟି ଭ୍ୟାକସିନ ମଧ୍ୟ ହାତେଇବ ଭାରତ । ସୁସ୍ଥ ଭାରତ ହେଉଛି ସରକାରଙ୍କ ମନ୍ତ୍ର ।
• ମିଶନ ପୋଷଣ :୨.୦ଆରମ୍ଭ । ୬ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ହେବ । ୬୪,୧୮୦ କୋଟି ନିବେଶ କରାଯିବ । ୧୧୨ ଜିଲ୍ଲାରେ ପୋଷଣ ଅଭିଯାନ ବ୍ୟବସ୍ଥାରେ ସୁଧାର ହେବ ।
• ଆତ୍ମନିର୍ଭର ଭାରତ ପ୍ୟାକେଜ ୪୦ କୋଟି ଗରିବ ମହିଳାଙ୍କୁ ସହାୟତା କରାଯାଇଛି । ସରକାରଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ଦ୍ୱାରା ଦେଶର ସ୍ଥିତିରେ ସୁଧାର ଆସିବ । ନୂଆ ବଜେଟରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି ।
• ଆତ୍ମନିର୍ଭର ଭାରତ ପ୍ୟାକେଜରେ ଦେଶର ସ୍ଥିତିରେ ସୁଧାର ଆସିବ । ଆତ୍ମନିର୍ଭର ଭାରତ ୨୭.୧ ଲକ୍ଷ କୋଟିର । ଜିଡ଼ିପିର ୧୩% ହେଉଛି ଆତ୍ମନିର୍ଭର ଭାରତ ପ୍ୟାକେଜ । ୮ କୋଟି ଲୋକଙ୍କୁ ମାଗଣାରେ ଗ୍ୟାସ୍ ଯୋଗାଇ ଦିଆଯାଇଛି । ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟସାମଗ୍ରୀ ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0