ଭୁବନେଶ୍ୱର: ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ତଦନ୍ତକାରୀ ପୁଲିସ ହାତରେ ଲାଗିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ମୃତ୍ୟୁର କାରଣ ନେଇ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ତେବେ ପୁଲିସ ଏ ସମ୍ପର୍କରେ ମୁହଁ ଖୋଲିନାହିଁ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ହିଁ ଝରାଫୁଲଙ୍କ ମୃତ୍ୟୁ ହୋଇଛି। ଅର୍ଥାତ ଗେଷ୍ଟହାଉସରେ ହିଁ ଝରାଫୁଲଙ୍କ ଜୀବନ ଯାଇଛି। ଝରାଫୁଲଙ୍କ ମୃତ୍ୟୁ ବେଳେ ପାଟି ଓ ନାକରୁ ଫେଣ ବାହାରୁଥିଲା। ତେବେ ତାଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନଥିଲା। ତେଣୁ ଖାଦ୍ୟରେ ବିଷକ୍ରିୟା କିମ୍ବା ତାଙ୍କୁ ବିଷ ଦିଆଯାଇ ଥାଇପାରେ ବୋଲି କୁହାଯାଉଛି। ତେଣୁ ଖାଦ୍ୟ ବା ନିଶାଦ୍ରବ୍ୟଜନିତ ବିଷକ୍ରିୟା ଓ ହୃଦଘାତ ମୃତ୍ୟୁର କାରଣ ହୋଇଥାଇପାରେ। ତେବେ ନିଶାଦ୍ରବ୍ୟଜନିତ ବିଷକ୍ରିୟା କେମିତି ହୋଇଛି ତାକୁ ନେଇ ଅଧିକ ତର୍ଜମା ଚାଲିଛି। ଝରାଫୁଲ କୌଣସି ଉତ୍ତେଜକ ଔଷଧ କିମ୍ବା ନିଶାଦ୍ରବ୍ୟ ସେବନ କରିଥିଲେ ନା ନାହିଁ, ସେ ନେଇ ଡାକ୍ତରଙ୍କ ସହ ପୁଲିସ ଅଧିକ ଆଲୋଚନା ଜାରି ରଖିଥିବାବେଳେ ଭିସେରା ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଏହା ବ୍ୟତୀତ ସେଦିନ ରାତିରେ ରାକେଶଙ୍କ ସହ ଆଉ କେଉଁମାନେ ଖଣ୍ଡଗିରି ଧର୍ମବିହାର ସ୍ଥିତ ଗେଷ୍ଟହାଉସରେ ଥିଲେ ଏବଂ ଝରାଫୁଲ ସହ ସେମାନଙ୍କ କି ପ୍ରକାର ସଂପର୍କ ଥିଲା ସେ ନେଇ ପୁଲିସ ଅନେକ ତଥ୍ୟ ପାଇଥିବା ସୂଚନା ମିଳିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0