spot_img

ଫେବୃଆରୀ ୨ ତାରଖ ପର୍ଯ୍ୟନ୍ତ ଦିଲ୍ଲୀରେ ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମାରେ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି । ତେବେ ଫେବୃଆରୀ ୨ ରାତି ୧୧ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଜାନୁଆରୀ ୨୬ ତାରିଖ ପରଠାରୁ ଦିଲ୍ଲୀର ବିଭିନ୍ନ ସ୍ଥାନ ମାନଙ୍କରେ ଅଶାନ୍ତି ଲାଗି ରହିଛି । ତେଣୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେବାର ସୂଚନା ମିଳିଛି । ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ୨ ମାସରୁ ଅଧିକ ସମୟ ହେବ ଦିଲ୍ଲୀ ସୀମାରେ କୃଷକମାନେ ଆନେ୍ଦାଳନ କରୁଛନ୍ତି । ଏନେଇ ବାରମ୍ବାର କେନ୍ଦ୍ର ସରକାରଙ୍କ ସହ କଥା ହେଲେ ମଧ୍ୟ କୌଣସି ନିକ୍ରର୍ଷ ବାହାରି ପାରୁ ନାହିଁ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular