ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର SBI ମୁଖ୍ୟ ଶାଖାକୁ ସାତ ଦିନ ପାଇଁ ସଟ୍ଡାଉନ୍ ଘୋଷଣ କରାଯାଇଛି । ବ୍ୟାଙ୍କରୁ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଦକ୍ଷେପ ନିଆଯାଇଛି । ବ୍ୟାଙ୍କରୁ ପଜିଟିଭ୍ ଚିହ୍ନଟ ପରେ ସାତ ଦିନ ପାଇଁ ବ୍ୟାଙ୍କ୍କୁ ସଟ୍ ଡାଉନ ଘୋଷଣା କରିଛନ୍ତି ଶାଖା ମୁଖ୍ୟ ପରିଚାଳକ ସୁବ୍ରତ ଷଢଙ୍ଗୀ। ଆଜି ସୁଦ୍ଧା ଗୁଣୁପୁର ପୈାରାଅଞ୍ଚଳରେ ୯୧ ପଜିଟିଭ୍ ସଂଖ୍ୟା ରହିଛି। ସେହିପରି ୫୮ଟି କ୍ବାଣ୍ଟେନମେଣ୍ଟ ଜୋନ ରହିଛି।
ବ୍ୟାଙ୍କକୁ ସାନିଟାଇଜ୍ କରାଯିବା ସହ ବ୍ୟାଙ୍କ୍ ସମୁଖରେ ସାତ ଦିନ ବନ୍ଦ ପାଇଁ ନୋଟିସ୍ ମରାଯାଇଥିବାର ଦେଖିବାକୁ ମିଳିଛି। ଏନେଇ ବ୍ୟାଙ୍କ ମୁଖ୍ୟ ପରିଚାଳକ ସୁଚନା ଦେଇଛନ୍ତି। ତେବେ ଚିହ୍ନଟ ହୋଇଥିବା ସଂକ୍ରମିତ କର୍ମଚାରିଙ୍କ ସଂସ୍ପର୍ଶରେ ଯେଉଁ କର୍ମଚାର ଆସିଛନ୍ତି ସେମାନଙ୍କ ସ୍ୱାବ ଟେଷ୍ଟ କରାଯିବ। କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସଂକ୍ରମିତ ଚିହ୍ନଟ ହେଉଥିବା ଅଞ୍ଚଳକୁ ସାନିଟାଇଜ୍ କରାଯିବା ସହ ପୈାରାଅଞ୍ଚଳ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0