spot_img

ମୋବାଇଲ ଭ୍ୟାନରେ ହେବ କରୋନା ଟେଷ୍ଟ

ଭୁବନେଶ୍ୱର : ରାଜ୍ୟରେ କିଛି ସ୍ଥାନରେ କରୋନା ଟେଷ୍ଟିଂକୁ ନେଇ ବିଭିନ୍ନ ପ୍ରକାରର ଅସୁବିଧା ରହିଛି । ସେଥିପାଇଁ ଲୋକେ ଟେଷ୍ଟ କରିପାରୁ ନାହାନ୍ତି । ସେଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୋବାଇଲ ଭ୍ୟାନ ବୁଲାଯାଇ କୋରନା ଟେଷ୍ଟିଂ ଲାଗି ପ୍ରସ୍ତାଵ ରହିଛି । ଏବେ ଗଞ୍ଜାମରେ ମୋବାଇଲ ଭ୍ୟାନ ମାଧ୍ୟମରେ ଆଣ୍ଟିଜେନ ଟେଷ୍ଟ ହେଉଛି । ସରକାର ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବେ । କୋରନାର ସ୍ଥିତି ବର୍ତ୍ତମାନ ଦୃତଗତିରେ ବଢ଼ିଚାଲିଛି । ଆଗକୁ ବଢିବ କି କମିବ ତାହା କହିହେବ ନାହିଁ ।

ତେଣୁ ତିନୋଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା ଓ କଟକରୁ ପ୍ରତିଦିନ ୬୫ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛି । ତେଣୁ ଏସବୁ ଜିଲାରେ ଅଧିକ ଆକ୍ରନ୍ତ ହେଉଥିବାରୁ ସଂଖ୍ୟା ବଡୁଛି । ଏସବୁ ଜିଲ୍ଲାରେ କରୋନା ସଂକ୍ରମଣ କମିଲେ ରାଜ୍ୟରେ ବି କମିବ ବୋଲି ବିଶ୍ୱାଷ ରହିଛି । ସେରୋ ସର୍ଭିଲାନ୍ସ ରିପୋର୍ଟ ଅନୁସାରେ ଅଗଷ୍ଟ ମାସରୁ ଦୈନିକ ୧୫୦୦୦ କରୋନା ଟେଷ୍ଟ କରିବାକୁ କୁହାଯାଇଛି । ଓଉଗଜ ମଧ୍ୟ ଟେଷ୍ଟ ବଢାଇବ ବୋଲି ନିଷ୍ପତ୍ତି ନେଇଛି । ସେ ଅନୁସାରେ ରାଜ୍ୟ ସରକାର ବି ଟେଷ୍ଟ ବଢାଇବେ । ତେବେ କରୋନା ରୋଗୀଙ୍କ ବିଭିନ୍ନ ରୋଗ ଥିବାରୁ ମୃତ୍ୟୁ ହେଉଛି । ଖୁବଶୀଘ୍ର ଆଇଏଲଏସ ଆଣ୍ଟି ଡ୍ରଗ୍ସ ପରିକ୍ଷା ଲାଗି ଏକ ଗ୍ଦକ୍ଟକ୍ଟ୍ର ଆଣୁଛି । ସେଇ ଅନୁସାରେ ଅଗଷ୍ଟରେ ଏହା ଆରମ୍ଭ ହେବ ବୋଲି ଆଇଏଲସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular