ଟାଙ୍ଗୀ: ଚିଲିକାରେ ଫସିଥିବା ଡ଼ଙ୍ଗା ଓ ଯାତ୍ରୀଙ୍କୁ ସୁରକ୍ଷୀତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ପେଣ୍ଠରୁ ଗୋଟିଏ ମାଛଧରା ଡ଼ଙ୍ଗାରେ ଛୋଟ ଛୁଆଙ୍କୁ ମିଶାଇ ଜଣ କାଳିଯାଇ ବୁଲିବାକୁ ଯାଇଥିଲେ । ସେମାନେ ସୋରଣରୁ ମା’ କାଳିଯାଇ ପରେ ନଳବଣ ବୁଲି ଫେରୁଥିଲେ । ଏହି ସମୟରେ ନଳବଣରେ ହଠାତ୍ ଡ଼ଙ୍ଗାର ମେସିନ ଅଚଳ ହୋଇଯାଇଥିଲା । ଫଳରେ ସମସ୍ତେ ସେଠାରେ ଫସିରହିଥିଲେ । ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ ୨ଟି ଡ଼ଙ୍ଗା ନେଇ ଉଦ୍ଧାର ପାଇଁ ଯାଇଥିଲେ । ରାତି ହୋଇଯିବାରୁ ଦୀର୍ଘ ୪ଘଂଟା ଖୋଜା ଖୋଜି ପରେ ଫସିଥିବା ଡ଼ଙ୍ଗାକୁ ଠାବ କରିଥିଲା ଅଗ୍ନିଶମ ବାହୀନି । ଦୁଇଟି ଡ଼ଙ୍ଗା ଯାହାର୍ଯ୍ୟରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ଉଙ୍ଗାରେ ଫସିଥିବା ଲୋକମାନେ ହେଲେ ସୋରଣ, ଚଣ୍ଡେଶ୍ୱର, କୁହୁଡ଼ି, ଖୋର୍ଦ୍ଧା, ଚାନ୍ଦପୁର ଏବଂ ଶଖତଶଂଖ ଅଂଚଳର ବୋଲି ସୂଚନା ମିଳିଛି ।ସମସ୍ତ ପର୍ଯ୍ୟଟକ ସୁସ୍ଥ ଥିବା ଜଣାପଡ଼ିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0