spot_img

ନୂତନ ବଜେଟକୁ ନେଇ ଅର୍ଥମନ୍ତ୍ରୀଙ୍କୁ ଟାଗେର୍ଟ କଲା କଂଗ୍ରେସ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୧-୨୨ର ସାଧାରଣ ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି । ଏହା ପରେ ବିରୋଧୀ କଂଗ୍ରେସ ଦଳ ଅର୍ଥମନ୍ତ୍ରୀଙ୍କୁ ଟାଗେର୍ଟ କରିଛନ୍ତି । ଏହା ସହ କହିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଭାଷଣରେ ସଫଳ ଘରୋଇ ଉତ୍ପାଦରେ ୩୭ ମାସ ମଧ୍ୟରେ ହୋଇଥିବା ରେକର୍ଡ ପରିମାଣର ହ୍ରାସ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ । ଏହା ସହ ଅର୍ଥବ୍ୟବସ୍ଥାକୁ ସୁଧାରିବାର କୌଣସି ଧ୍ୟାନ ଦିଆଯାଇ ନାହିଁ ବୋଲି କଂଗ୍ରେସ କହିଛି । ଅନ୍ୟପଟେ ଦଳର ପ୍ରବକ୍ତା ମନିଷ ତିୱାରି ଟ୍ୱିଟ କରି କହିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଭାଷଣରେ ଜିଡିପି ହ୍ରାସ କଥା ଉଲ୍ଲେଖ କରାଯାଇ ନାହିଁ । ତେବେ ୧୯୯୧ ପରେ ଏହା ସବୁଠାରୁ ବଡ ସଙ୍କଟ ବୋଲି କହି ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ମନିଷ ତିୱାରି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular