ବାଣପୁର: ଚଢାଉ ବେଳେ ବନ ବିଭାଗ ଏବଂ ପଥର ମାଫିଆଙ୍କ ମଧ୍ୟରେ ଧସ୍ତାଧସ୍ତି । ଜଙ୍ଗଲ ଜମିରେ ବେଆଇନ ପଥର ଖଣି ଚାଲିଥିବା ନେଇ ବନବିଭାଗର ଏକ ଟିମ ଚଢାଉ କରିଥିଲା । ଚଢାଉ ବେଳେ ବନ ବିଭାଗ ଏବଂ ପଥର ମାଫିଆଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାର ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଗମେଇ ଗ୍ରାମରେ ଥିବା ଜଙ୍ଗଲ ଜମିରେ ମାଙ୍କଡ଼ା ପଥର ଖନନ କରୁଥିଲେ ପଥର ମାଫିଆ । ବନ ବିଭାର ଏ.ସି.ଏଫ ନେତୃତ୍ୱରେ ଟାଙ୍ଗୀ, ବାଲୁଗାଁ, ରଣପୁର, ଖୋଦ୍ଧ;ା ବନ ବିଭାଗର ଅଧିକାରୀମାନେ ଏହ ଟିମରେ ସାମିଲ ହୋଇଥିଲେ । ବନ ବିଭାଗ ଦ୍ୱାରା ଜବତ ଜେ,ସି,ବିକୁ ପଥର ମାଫିଆମାନେ ଧସ୍ତାଧସ୍ତି କରି ଛଡ଼ାଇ ନେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0