ନୂଆଦିଲ୍ଲୀ: ୨୦୨୧-୨୦୨୨ରେ ଶିକ୍ଷାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ ନିଷ୍ପତ୍ତି ନେଇଛନ୍ତି । ସେ ନ୍ୟାଶନାଲ ଏଜୁକେଶନ ପଲିସିକୁ ସ୍ୱାଗତ କରିବା ସହ ଅଗାମୀ ଦିନରେ ୧୦୦ ସୈନିକ ସ୍କୁଲ ଖୋଲାଯିବ ବୋଲି କହିଛନ୍ତି । ଏଥିପାଇଁ ଘରୋଇ କ୍ଷେତ୍ରର ସାହାଯ୍ୟ ନିଆଯିବ । ଏହା ସହ ଉଚ୍ଚଶିକ୍ଷା ଆୟୋଗ ଗଠନ କରାଯିବ ବୋଲି କହିଛନ୍ତି ନିର୍ମଳା ସୀତାରମଣ । ତେବେ ଆଦିବାସୀ ଅଞ୍ଚଳରେ ୭୫୮ ଏକ୍ସକ୍ଲୁସିଭ ସ୍କୁଲ ନିର୍ମାଣ କରାଯିବ । ଏଥିପାଇଁ ଗୋଟିଏ ବିଦ୍ୟାଳୟରେ ୩୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଅନ୍ୟପଟେ ଅନୁସୂଚିତ ଜାତି ପାଇଁ ୩୫ ହଜାର କୋଟି ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0