ଭୁବନେଶ୍ବର : ରାଜ୍ୟକୁ ଏବେ ଶୀତ ଲେଉଟିଛି। ଉତ୍ତର-ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେବା ଫଳରେ ରାଜ୍ୟରେ ଶୀତ ବଢ଼ିଛି। ଆଗକୁ ଆହୁରି ବଢ଼ିବ। ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ପର୍ୟ୍ୟନ୍ତ ଖସିବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ୩ ଦିନ ରାଜ୍ୟରେ ଶୀତ ଲହରି ପ୍ରବାହିତ ହେବ। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୧ ଜିଲ୍ଲା ଯଥା ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସକାଳେ ଭୁବନେଶ୍ବରରେ ୧୬.୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକଠାରେ ୧୪.୫ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତାକାଲି ସକାଳେ ଦ୍ବୈତନଗରୀରେ ହାଲ୍କା କୁହୁଡ଼ି ଦେଖିବାକୁ ମିଳିବ। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିଛି। ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୮ ଡିଗ୍ରି ଝାରସୁଗୁଡ଼ାଠାରେ ରେକର୍ଡ ହୋଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0