ଚଳିତ ବଜେଟରେ ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ନୂଆ ଘୋଷଣା । ୭୫ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଆୟକର ଛାଡ଼ କରାଯାଇଛି । ପ୍ରବାସୀ ଭାରତୀୟଙ୍କ ଲାଗି ଟିକସ ନିୟମରେ କେତେକ ପରିବର୍ତ୍ତନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ସେହିପରି ଡ଼ିଜିଟାଲ କାରବାକୁ ସୁବିଧା ଯୋଗାଇ ଦିଆଇଯିବ । ୨.୫ ଲକ୍ଷ ସ୍ଲାବ ପର୍ଯ୍ୟନ୍ତ ଆୟକର ମୁକ୍ତ ଘୋଷଣା କରାଯାଇଛି । ସେହିପରି ୨.୫ ରୁ ୫ଲକ୍ଷ ସ୍ଲାବ ପର୍ଯ୍ୟନ୍ତ ୫ ପ୍ରତିଶତ ଆୟକର ଲାଗିବ । ତେବେ ଏହା ଉପରେ ସରକାରଙ୍କ ପକ୍ଷରୁ ୧୨ହଜାର୫୦୦ ଟଙ୍କାର ରିବେଟ ପ୍ରଦାନ କରାଯିବ । ଫଳରେ ଏହାର ପରିମାଣ ଶୂନ ହୋଇଯିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0