ଆନନ୍ଦପୁର : ଆନନ୍ଦପୁର ପୌରାଞ୍ଚଳ ସଟଡାଉନ୍ । ପୌରାଞ୍ଚଳରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ପୌରାଞ୍ଚଳକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ତେବେ ଏହି ସଟ୍ଡାଉନ୍ ସମୟରେ ପୌରାଞ୍ଚଳର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି । ବିଭିନ୍ନ ସ୍ଥାନରେ ଚେକିଂ କଡାକଡି କରାଯାଇଛି । କେବଳ ଅତ୍ଯାବଶ୍ୟକୀୟ ସାମଗ୍ରୀ ଦୋକାନ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ରହିଛି । ଏହାବାଦ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।
ସ୍ଥାନୀୟ ସକ୍ରଂମଣ ପୌରାଞ୍ଚଳ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ସଂକ୍ରମଣ ଚେନ୍ କୁ ରୋକିବାକୁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0