ନୂଆଦିଲ୍ଲୀ: ଅଲ୍ ଇଣ୍ଟିଆ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସର ପି.ଏଚ.ଡି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛାଧିନ ଛାତ୍ରଛାତ୍ରୀମାନେ ବସସଜ୍ଞଗ୍ଦରଙ୍ଘବଜ୍ଞଗ୍ଦ.କ୍ଟକ୍ସଶ. ରେ ନିଜର ଆବେଦନ କରିପାରିବେ । ଆଜି ଠାରୁ ୯ ଅଗଷ୍ଟ ୨୦୨୦ ଭିତରେ ଆବେଦନ ପାଇଁ ସମୟ ନିର୍ଦ୍ଧାରିତ କରାଯାଇଥିବା ବେଳେ ୨୧ ଅଗଷ୍ଟ ୨୦୨୦ରେ ପରୀକ୍ଷା ଆୟୋଜିତ ହେବ । ପରୀକ୍ଷା ଅନଲାଇନ ହେବା ନେଇ ସୂଚନା ଦେଇଛନ୍ତି ଏଆଇଆଇଏମଏସର ପରୀକ୍ଷା ଅଧିକାରୀ । ପରୀକ୍ଷା ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୯୦ ମିନିଟ୍ ଧାର୍ଯ୍ୟ କରାଯିବା ସହ ମଲ୍ଟିପୁଲ ଚଏସ୍ ପ୍ରଶ୍ନ ରହିଛି । ୭୦ଟି ପ୍ରଶ୍ନ ନର୍ସିଂ ଓ ଅନ୍ୟାନ୍ୟ ବିଷୟରେ ରହିବ । ଜେନେରାଲ ଏବଂ ଓବିସି ପରୀକ୍ଷାର୍ଥୀଙ୍କ ପାଇଁ ଆବେଦନ ମୂଲ୍ୟ ୧୫୦୦ ଟଙ୍କା ଏବଂ ଏସି ଓ ଏସଟି ପରୀକ୍ଷାର୍ଥୀଙ୍କ ପାଇଁ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0