spot_img

ଜାମସେଦପୁର ବିପକ୍ଷ ମ୍ୟାଚରେ ହାରିଲା ଓଡିଶା ଏଫସି

ଗୋଆ: ଚଳିତ ବର୍ଷ ଇଣ୍ଡିଆନ ସୁପରଲିଗରେ ଜାମସେଦପୁର ଏଫସି ବିପକ୍ଷ ମ୍ୟାଚରେ ଓଡିଶା ଏଫସି ପରାଜୟ ବରଣ କରିଛି । ତେବେ ମ୍ୟାଚର ୪୧ ତମ ମିନିଟରେ ଓଡିଶା ଦଳକୁ ମହମ୍ମଦ ମୋବାସି ପ୍ରଥମ ଗୋଲ ଦେଇଥିଲେ । ଏହାର ଜବାବ ଦେବା ପାଇଁ ଓଡିଶା ଦଳ ପ୍ରୟାସ କରିଥିଲେ ମଧ୍ୟ ଗୋଲ ଦେବାରେ ଅସମର୍ଥ ହୋଇଥିଲା । ଅନ୍ୟପଟେ ଓଡିଶା ଦଳ ମୋଟ ୧୪ଟି ମ୍ୟାଚ ଖେଳି ୮ଟି ମ୍ୟାଚ ହାରିଛି । ଦଳ ମାତ୍ର ଗୋଟିଏ ମ୍ୟାଚ ଜିତି ପାରିଥିବାବେଳେ ୫ଟିରେ ପଏଣ୍ଟ ଭାଗ କରିବାକୁ ସକ୍ଷମ ହୋଇଛି । ଫଳରେ ୮ ପଏଣ୍ଟରେ ସ୍ଥିର ରହି ଟେବୁଲର ସର୍ବନିମ୍ନ ସ୍ଥାନରେ ଅପରିବର୍ତ୍ତିତ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular