ଭୁବନେଶ୍ୱର: ପେଟ୍ରୋଲ ପମ୍ପରେ ବୃଦ୍ଧାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି କେହି ଦୁବୃର୍ତ୍ତ । ଲୁଟ ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ବାଲିଅନ୍ତା ଥାନା ଅନ୍ତର୍ଗତ ନବାଟି ଗ୍ରାମର ଅନୁପମା ମହାପାତ୍ର ଏବଂ ତାଙ୍କ ପୁଅ ପେନସନ ଟଙ୍କା ଆଣିବା ପାଇଁ ଭୁବନେଶ୍ଵର ଯାଉଥିଲେ। ପରେ ବାଳକାଟି ପେଟ୍ରୋଲ ପମ୍ପରେ ବାଇକରେ ପେଟ୍ରୋଲ ପକାଇବା ପାଇଁ ଯାଇଥିଲେ । ପେଟ୍ରୋଲ ପମ୍ପ ନିକଟରେ ବୃଦ୍ଧା ଜଣଙ୍କୁ ଠିଆ କରାଇ ତାଙ୍କ ପୁଅ ପେଟ୍ରୋଲ ପକାଇବା ପାଇଁ ଯାଇଥିଲା ବେଳେ ଏଭଳି ଅଘଟଣ ଘଟିଛି । ବୃଦ୍ଧା ଜଣକ ସେଠାରେ ଠିଆ ହୋଇଥିବା ବେଳେ ଦୁଇ ଜଣ ଦୁବୃର୍ତ୍ତ ବାଇକରେ ଆସି ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ। ପରବର୍ତ୍ତୀ ସମୟରେ ଜଣେ ଅଟୋ ଚାଳକ ଦୁଇ ଲୁଟେରାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁବୃର୍ତ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0