ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ ରାଜ୍ୟସଭା ଅଚଳ ହୋଇପଡିଛି । ବିରୋଧୀ ଦଳ ନୂତନ କୃଷି ଆଇନ ଚାଷୀମାନଙ୍କ ପାଇଁ କଳା ଆଇନ କହି ଗୃହରେ ହଟ୍ଟଗଳ କରିଥିଲେ । ତେବେ ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଦାବି କରି ବିରୋଧୀ ଦଳ ସଦସ୍ୟ ଅଧ୍ୟକ୍ଷ ଉପରାଷ୍ଟ୍ରପତି ଭେଙ୍ଗିଆ ନାଇଡୁଙ୍କୁ ନୋଟିସ ଦେଇଥିଲେ । ତେବେ ଏହାକୁ ଅଧ୍ୟକ୍ଷ ମନା କରିଦେଇଥିଲେ । ଏହାପରେ ବିରୋଧୀ ଦଳ ସଦସ୍ୟମାନେ ଗୃହତ୍ୟାଗ କରିଥିଲେ । ଅନ୍ୟପଟେ ସ୍ୱାଭାବିକ ସ୍ଥିତି ଆଣିବା ପାଇଁ ଅଧ୍ୟକ୍ଷ ୩ ଥର ଗୃହକୁ ସ୍ଥଗିତ ରଖିଥିଲେ । ଏହା ପରେ ୧୨ଟା ୩୦ରୁ ଗୃହର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବିରୋଧୀ ଦଳ ପୂର୍ବପରି ହଟ୍ଟଗଳ କରିଥିଲେ । ଏହା ପରେ ଅଧ୍ୟକ୍ଷଙ୍କ ପକ୍ଷରୁ ଗୃହର କାର୍ଯ୍ୟକୁ ପୂର୍ବାହ୍ନ ୯ଟି ପର୍ଯ୍ୟନ୍ତ ସ୍ଥଗିତ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0