ପାତ୍ରପୁର: ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅଞ୍ଚଳରେ ଥିବା କେଲୁଆ ବ୍ରିଜ ଫାଟକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ହେଲେ ନୁଆପେଣ୍ଠ ଗ୍ରାମର ସୁନୀଲ ପାଣିଗ୍ରାହୀ ବୋଲି ସୂଚନା ରହିଛି। ସୂଚନାରୁ ଜଣାଯାଏ ଗ୍ରାମରୁ ସୁନୀଲ ସ୍କୁଟି ଯୋଗେ ଚିକିଟି ଅଭିମୁଖେ ଯାଉଥିବା ବେଳେ କେଲୁଆ ଫାଟକ ନିକଟରେ ଟିପ୍ପର ସହ ଧକ୍କା ହୋଇଥିଲା। ଏହାଫଳରେ ଟିପ୍ପର ଚକା ସୁନୀଲଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ପୁଲିସ ମୁତୟନ ହୋଇଥିବା ବେଳେ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ ସୁନୀଲଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିବା ଜଣାପଡ଼ିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0