spot_img

ଶିବ ନାରାୟଣ ସାହିତ୍ୟ ସଂସଦର ଷଷ୍ଠ ବାର୍ଷିକ ଉତ୍ସବ ପାଳନ …

ହାଟଡିହୀ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଇଂଚୋଳ ଠାରେ ଶିବ ନାରାୟଣ ସାହିତ୍ୟ ସଂସଦ ର ଷଷ୍ଠ ବାର୍ଷିକ ଉତ୍ସବ ସଭାପତି ନୃସିଂହ ଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନରେ ବରିଷ୍ଠ ଶିଶୁ ସାହିତ୍ୟିକ ରତ୍ନାକର ଦାସ ,ସରପଞ୍ଚ ପାର୍ବତୀ ନାଇକ,ପୂର୍ବତନ ସରପଞ୍ଚ ବିନୋଦ ବିହାରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କବି ଲେଖକ ମାନଙ୍କୁ ଉତ୍ସାହିତ କରିବା ସହ ଉଦବୋଧନ ଦେଇଥିଲେ | ଦ୍ୱିତୀୟ ଅଧିବେଶନରେ ଆୟୋଜିତ ଉତ୍ସବରେ ଆଜିର କବି ଓ ଲେଖକମାନେ ମୂଲ୍ୟବୋଧ ଭିତ୍ତିକ ସାହିତ୍ୟ ରଚନା ସହ ସମାଜକୁ ଦ୍ରୁତ ଅବକ୍ଷୟରୁ ରକ୍ଷା କରିବାର ସଂକଳ୍ପ ନେଇ କାଳଜୟୀ ଲେଖା ସୃଷ୍ଟି କରିବାକୁ ମୁଖ୍ୟ ଅତିଥି ଶିଶୁ ସାହିତ୍ୟକ ଡ଼ .ରାମଚନ୍ଦ୍ର ନାୟକ ମତ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ ଇଂ ଅଭୟ ସୂତାର ଯୋଗ ଦେଇ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସଂମୃଦ୍ଧ କରିବାରେ କେନ୍ଦୁଝର ଜିଲ୍ଲାର କବି ଲେଖକ ମାନଙ୍କର ଭୂମିକା ସଂପର୍କରେ ଆଲୋକପାତ କରିବା ସହ ଗ୍ରାମାଞ୍ଚଳର ସାହିତ୍ୟ ସଭାରେ ଏତେ ସଂଖ୍ୟକ ସାହିତ୍ୟପ୍ରେମୀ ଯୋଗଦେଉଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ ।କବି ନାରାୟଣ ଚନ୍ଦ୍ର ଲେଙ୍କା ଅଥିତି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ମୁରଲୀଧର ବେହେରା ସମ୍ପାଦକୀୟ ପାଠ କରିଥିଲେ | ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ଶିବ ନାରାୟଣ ସାହିତ୍ୟ ସଂସଦର ମୁଖପତ୍ର “ଦୁନ୍ଦୁଭି” ଉନ୍ମୋଚନ ହୋଇଥିଲା |ଏଥିସହ ବରିଷ୍ଠ ସାହିତ୍ୟିକ ମଙ୍ଗୁଳି ଚରଣ ପୃଷ୍ଟି ,ବ୍ୟଙ୍ଗ ସାହିତ୍ୟିକା ବସନ୍ତ ମଞ୍ଜରୀ ମିଶ୍ର ,ପ୍ରତିଭା ସମ୍ବର୍ଦ୍ଧନାରେ କବିତା ରାଉତ ,ବିଚିତ୍ରାନନ୍ଦ ଜେନା ,ବିଶ୍ୱଜିତ ନାଥ ,ମନ୍ଦାକିନୀ ଜେନାଙ୍କୁ ଡ଼ .ଚନ୍ଦ୍ରଶେଖର ଦାସଙ୍କ ସୌଜନ୍ୟରେ ମାନପତ୍ର ଓ ଉପଢୌକନ ଦେଇ ସଂବର୍ଦ୍ଧିତ କରାଯାଇଥିଲା । ସୁଦାମ ଚରଣ ଜେନା,ନାରାୟଣ ସାହୁ ମାନପତ୍ର ପାଠ କରିଥିଲେ ।ଅଧ୍ୟାପକ ବାଇଡଙ୍କ ବାବା ଓ ଦାଶରଥି ଜେନାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ ଉତ୍ସବରେ ଶଙ୍କର୍ଷଣ ଜେନା ,ସୁଜିତ ମିଶ୍ର ,ଅଧିକାରୀ ନାୟକ ,ସରଳା ମହାପାତ୍ର ,ପ୍ରତିମା ସ୍ୱାଇଁ ,ନରେନ୍ଦ୍ର ପ୍ରସାଦ ବେହେରା ,କୀର୍ତ୍ତନ ବିହାରୀ ଜେନା ,.ଭାଗବତ ସାହୁ ,କୀର୍ତ୍ତନ ଚରଣ ନାୟକ ,ପ୍ରେମାନନ୍ଦ ମହାରଣା ,ଅନନ୍ତ ଚରଣ ମୁଦୁଲି ,ବ୍ରଜ କିଶୋର ରାଉତ ,ନିରଞ୍ଜନ ନାୟକ,ଅକ୍ଷୟ କୁମାର ଜେନା ,ଅର୍ଜୁନ ଚରଣ ବେହେରା ,ଦଶରଥ ସାହୁ ,ନୀଳମଣି ବାରିକ ,ଅନନ୍ତ ଚରଣ ଦେହୁରୀ ,ଶଶିକାନ୍ତ ରାଉତ,ପ୍ରମୁଖ ସ୍ଵରଚିତ କବିତା ଆବୃତ୍ତି କରିଥିଲେ | ଶେଷରେ କବି ସୁରେନ୍ଦ୍ର କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ |ଗ୍ରାମାଞ୍ଚଳରେ ଅନୁଷ୍ଠିତ ଏଭଳି ନିଆରା କାର୍ଯ୍ୟକ୍ରମକୁ ସର୍ବସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular