ମୁମ୍ବାଇ: ବଲିଉଡର ଷ୍ଟାର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁ ସମଗ୍ର ବିଶ୍ୱର ଧ୍ୟାନ କେନ୍ଦ୍ରୀଭୁତ କରିଥିଲା । ତେବେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମାଲା ଡ୍ରଗ୍ସ ଲିଙ୍କ ସହ ଯୋଡିତ ହେବା ପରେ ଏନସିବି ଏହାକୁ ଯାଞ୍ଚ କରିଥିଲା । ବର୍ତ୍ତମାନ ଏନସିବ ସୁଶାନ୍ତଙ୍କ ବନ୍ଧୁ ତଥା ସହାୟକ ନିର୍ଦେଶକ ରିଷିକେଶ ପାୱାରଙ୍କୁ ଅଟକ ରଖିଛି । ଏହା ପରେ ଏନସିବି ଡ୍ରଗ୍ସ ମାମଲାକୁ ନେଇ ତାଙ୍କୁ ପଚରା ଉଚରା କରିବ । ଅନ୍ୟପଟେ ପ୍ରାୟ ଗୋଟିଏ ମାସ ହେବ ପୁଲିସ ରୁଷିକେଶକୁ ଖୋଜୁଥିଲା । ତେବେ ଗିରଫ ଭୟରେ ରୁଷିକେଶ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଜାମିନ ମିଳିନଥିଲା । ଏହା ପରଠାରୁ ରୁଷିକେଶ ଫେରାର ଥିଲେ ।




Visitors Today : 3
Total Visitors : 130169
Total Views : 9891615
Visitors Online Now : 0