ରାଜକନିକା : ଜମିବାଡ଼ି ବିବାଦ ଓ ଘରେ ପଶି ଇଜ୍ଜତ ନେବା ପରି ସଙ୍ଗୀନ ଅଭିଯୋଗ କରିବା ପରେ ଥାନା ପୋଲିସ କିଛି ନ ବୁଝିବାରୁ ମହିଳାଙ୍କର ଆତ୍ମହୁତି ଉଦ୍ୟମ । ଏମିତି ଘଟଣା ଘଟିଛି ରାଜକନିକା ଥାନାରେ । ହାଟସାହି ଗାଁର ମାନିନୀ ସାହାଣୀ ନିଜ ଜମିବାଡ଼ି କେଶକୁ ନେଇ ନିକଟସ୍ଥ କଣ୍ଡିଆ ଫାଣ୍ଡିରେ ଅଭିଯୋଗ କଲେ ସେଠୁ କିଛି ସୁଫଳ ନମିଳିବାରୁ ରାଜକନିକା ଥାନାର ଦ୍ୱାରସ୍ତ ହେଲେ ସେଠୁ ବି କିଛି ଫଳ ନହେବାରୁ ଏସ ପି ଅଫିସର ଦ୍ୱାରସ୍ତ ହେଲେ । କିନ୍ତୁ ସେଠୁବି ନିରାଶ ହେବାପରେ ନିଜ ଜୀବନ ହାରିବାକୁ ନିସ୍ପତି ନେଇ ଆଜି ରାଜକନିକା ଥାନା ସମ୍ମୁଖରେ ନିଜ ଦେହରେ କିରୋସିନ ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରୁଥିବା ବେଳେ ଘଟଣା ସ୍ଥଳରେ ଉପସ୍ଥିତ ପୋଲିସ ତାଙ୍କୁ ଉଧାର କରିଥିଲା ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0