ନୂଆଦିଲ୍ଲୀ: ତ୍ରିପୁରା ଦକ୍ଷିଣ ଜିଲ୍ଲାର ବେଲୋନିଆ ଅନ୍ତର୍ଗତ ସୀମା ଆଉଟପୋଷ୍ଟ ବୀର ସିଂରେ ଅନ୍ତର୍ଜାତୀୟ ସୀମାରେ ପାଟ୍ରୋଲିଂ ଡ୍ୟୁଟି ସମୟରେ ବିଏସଏଫ ଯବାନଙ୍କ ଉପରେ ଆକ୍ରମଣ ଘଟିଛି ଏବଂ ବିଏସଏଫର ପାଲଟା ଜବାବରେ ଜଣେ ବ୍ୟକ୍ତି ନିହତ ହୋଇଥିବା ସୂଚନା ରହିଛି। ପ୍ରାୟ ୭ରୁ ୮ ଜଣ ବ୍ୟକ୍ତି ଅନ୍ତର୍ଜାତୀୟ ସୀମା ବାଡ଼କୁ ଭାଙ୍ଗି ଗୋଚାଲାଣ ଉଦ୍ୟମ କରୁଥିବା ବିଏସଫ ସୂଚନା ପାଇବା ପରେ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲା। ଜାଣିବାକୁ ମିଳିଛି ଯେ ବିଏସ୍ଏଫ୍ ଏ ସଂପର୍କରେ ସୂଚନା ପାଇ ଉକ୍ତ ୭-୮ ଜଣଙ୍କୁ ରୋକାବାକୁ ଚେଷ୍ଟା କରିବାରୁ ସେମାନେ ଓଲଟା ବିଏସଏଫ ଯବାନଙ୍କ ଉପରେ ହିଂସାତ୍ମକ ଆଚରଣ ଦେଖାଥିଲେ। ସେମାନେ ଯବାନଙ୍କ ଉପରେ ଲାଠି ପ୍ରୟୋଗ କରି ଆକ୍ରମଣ କରିଥିଲେ। ଏପରିକି ଜଣେ ବିଏସଏଫ ଯବାନ ଗୁରୁତର ଆହତ ମଧ୍ୟ ହୋଇଥିଲେ। ତାହାର ଜବାବ ଦେବାକୁ ଯାଇ ଯବାନମାନେ କରିଥିବା ଆକ୍ରମଣରେ ଜଣେ ୨୨ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଛି। ଆତ୍ମରକ୍ଷା ପାଇଁ ବିଏସଏଫ ଏପରି ପାଲଟା ଆକ୍ରମଣ କରିଥିବା ସୂଚନା ରହିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0