spot_img

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ବାଲେଶ୍ୱର: ବିଦ୍ୟୁତ ସସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ବାଲେଶ୍ୱର ଭୋଗରାଇ ବ୍ଲକ ଅନ୍ତର୍ଗତ ବରବରିଆ ଗ୍ରାମରେ ଘଟିଛି ଏହି ଦୁର୍ଘଟଣା । ଗ୍ରାମର ଜୟନାରାୟଣ ନାମକ ଜଣେ ଯୁବକ ପାନ ବରଜକୁ ପାଣି ଦେବାକୁ ଯାଇଥିବା ସମୟରେ ବିଦ୍ୟୁତ ତାର ସସ୍ପର୍ଶରେ ଆସିଥିଲେ । ସଂଗେ ସଂଗେ ଯୁବକଙ୍କୁ ଜଳେଶ୍ୱର କୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ କିନ୍ତୁ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ତାଳସାରି ପୁଲିସ ଘଟଣା ସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular