ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡର ଦ୍ୱିତୀୟ ଏଲସିଏର ପ୍ରଡକ୍ସନ ଲାଇନର ଉଦଘାଟନ କରିଛନ୍ତି । ତେବେ ଚୁକ୍ତି ଅନୁସାରେ କ ବାୟୁସେନାକୁ ତେଜସ ଏଲସିଏର ଡେଲିଭରି ମାର୍ଚ୍ଚ ୨୦୨୪ରେ ଆରମ୍ଭ ହେବ । ଏହି ସୂଚନା ପ୍ରତିରକ୍ଷା ମନ୍ତ୍ରୀ ତାଙ୍କୁ ଟ୍ୱିଟର ହ୍ୟାଣ୍ଡେଲ ଯୋଗେ ଦେଇଛନ୍ତି । ଏହା ସହ ଫେବୃଆରୀ ୩ ତାରିଖ ଆୟୋଜିତ ହେବାକୁ ଯାଉଥିବା ଏୟରୋ ଇଣ୍ଡିଆ ଶୋ’ରେ ବି ସାମିଲ ହେବ ଯାହାର ଅଭ୍ୟାସ ବାଙ୍ଗାଲୋରରେ ୨ ଫେବୃଆରୀରୁ ଆରମ୍ଭ ହୋଇଯାଇଛି । ଏଥିରେ ଆମେରିକାର ଏୟାରକ୍ରାପ୍ଟ ବି-୧ ଲାନସର ବି ସାମିଲ ହେବାକୁ ଯାଉଛି । ଭାରତରେ ଆମେରିକା ସମ୍ପର୍କରେ ବୁଝୁଥିବା ଡନ ହେଲଫିନ କହିଛନ୍ତି, ଚଳିତ ବାୟୁସେନାର ପ୍ରଦର୍ଶନ ୟରେ ଆମେରିକାର ପ୍ରମୁଖ ଏୟାରକ୍ରାପ୍ଟ ବି-୧ ଲାନସରକୁ ଫିଚର କରାଯିବ । ଯାହାକି ପ୍ରଥମଥର ଲାଗି ଏୟରୋ ଇଣ୍ଡିଆରେ ଭାଗ ନେବ । ଏଲସିଏର ଦ୍ୱିତୀୟ ପ୍ରଡକ୍ସନ ଲାଇନ ଉଦଘାଟନରେ ଯେ୍ଧଜ୍ଞ ଦେଇ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ଆମର ଆତ୍ନନିର୍ଭର ଭାରତର ସଂକଳ୍ପ ପୂରଣ ହୋଇଛି । ଏହା ଦ୍ୱାରା ବିଶ୍ୱର ଅନ୍ୟଦେଶକୁ ଏହି ବାର୍ତ୍ତା ଯିବ ଯେ ଯାନ୍ତ୍ରୀକ ଓ ଉତ୍ପାଦନ କ୍ଷେତ୍ରରେ ଆମେ ଆତ୍ମନିର୍ଭର ହେବାକୁ ଚାହୁଁଛୁ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0