ପୁଣି ଦେଶବ୍ୟାପି ଚକା ଜାମ ଆନେ୍ଦାଳନ କରିବାକୁ ନିଷ୍ପତ୍ତିନେଇଛନ୍ତି କୃଷକ । ରାଜଧାନୀ ସିଂଘୁ,ଗାଜିପୁର ଓ ଟିକିର ସୀମାରେ ଆଇନ ବ୍ୟବସ୍ଥା ବଜାୟ ରଖିବାକୁ ସରକାର ଇଣ୍ଟରନେଟ ସେବା ବନ୍ଦ ରଖିଛନ୍ତି । ଏହାର ବିରୋଧରେ କୃଷକ ଦେଶବ୍ୟାପି ଚକା ଜାମ ଆନେ୍ଦାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ କୃଷକ ମାନେ ସୋମବାର ଏକ ବୈଠକ ବସିଥିଲା । ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ଫେବୃଆରୀ ୬ରେ ଦେଶର ସବୁ ଜାତୀୟ ରାଜପଥରେ ଓ ରାଜ୍ୟ ରାଜପଥରେ ୩ ଘଣ୍ଟା ପାଇଁ ଚକା ଜାମ କରାଯିବ । ଦିଲ୍ଲୀରେ ବିଭିନ୍ନ ସୀମାରେ ଇଣ୍ଟର ନେଟା ସେବା ବନ୍ଦ ହେବା ସହ କୃଷକମାନେ କିପରି ରାଜଧାନୀରେ ପ୍ରବେଶ ନ କରିପାରିବେ ସେନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୋଲିସ ରାସ୍ତାରେ ଗୋଟିଏ ଫୁଟ ଦୂରତା ଯାଏଁ ଲୁହା କଣ୍ଟା ମଧ୍ୟ ପୋତି ଦେଇଛି । ଖାଲି ଏତିକି ନୁହଁ ରାସ୍ତାରେ ବ୍ୟାରିକେଡ଼ ଓ ରୋଡ଼ ଡ଼ିଭାଇସ ମଧ୍ୟ ରଖିଦେଇଛି । ଯାହାକୁ ବିରୋଧ କରି କୃଷକ ମାନେ ଏପରି ନିଷ୍ପତ୍ତି ନେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0