ତେଲ ଦରରେ ଲାଗୁନି ଲଗାମ । ଦେଶରେ ଦିନକୁ ଦିନ ତୈଳ ଦର ବଢ଼ିବାରେ ଲାଗିଛି । ଏହାକୁ ନେଇ ନିଜ ଦଳକୁ ଟାର୍ଗେଟ କରିଛନ୍ତି ବିଜେପି ନେତା ତଥା ରାଜ୍ୟସଭା ସାସଂଦ ସୁବ୍ରବଣ୍ୟମ ସ୍ୱାମି । ସେ ମୋଦି ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ”ରାବଣଙ୍କ ଲଙ୍କାରେ ପେଟ୍ରୋଲ ଲିଟର ପିଛା ୫୧ ଟଙ୍କା ଥିବା ବେଳେ ରାମଙ୍କ ଭାରତରେ କିନ୍ତୁ ଏହା ୯୩ ଟଙ୍କା ହୋଇଛି। ସେହିପରି ସୀତାଙ୍କ ନେପାଳରେ ପେଟ୍ରୋଲ ଲିଟର ପିଛା ଦର ୫୩ ଟଙ୍କା ରହିଛି।” ସୁବ୍ରମଣ୍ୟମଙ୍କ ଏହି ଟୁଇଟ ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିଥିବା ଦେଖିବାକୁ ମିଳିଛି।ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ନିଜ ବଜେଟ ଭାଷଣାରେ ପେଟ୍ରୋଲ ଲିଟର ପିଛା ୨.୫ ଟଙ୍କା ଏବଂ ଡିଜେଲ ଉପରେ ୪ଟଙ୍କା କୃଷି ସେସ୍ ଲାଗୁ ହେବା ନେଇ ଘୋଷଣା କରିଥିଲେ । ଏହାକୁ ନେଇ ମଙ୍ଗଳବାର ସୁବ୍ରମଣ୍ୟମ ସ୍ୱାମୀ, ଶ୍ରୀଲଙ୍କା ଓ ନେପାଳର ପେଟ୍ରୋଲ ଦାମ ସହ ଭାରତର ତୁଳନା କରିଥିଲେ। ଏଥିସହ ଏକ ଫଟୋକୁ ନିଜ ଟୁଇଟର ହ୍ୟାଣ୍ଡେଲରେ ଶେଆର ମଧ୍ୟ କରିଛନ୍ତି, ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0