spot_img

ଅନିଶ୍ଚିତକାଳ ପାଇଁ ବନ୍ଦ ହେଲା ଲାଲ କିଲ୍ଲା

ନୂଆଦିଲ୍ଲୀ: ଦିଲ୍ଲୀ ଲାଲ କିଲ୍ଲା ଅନିଶ୍ଚିତକାଳ ପାଇଁ ବନ୍ଦ କରି ଦିଆଯାଇଛି । ଏନେଇ ସେଣ୍ଟ୍ରାଲ ଡିଏମ ଏକ ଆଦେଶ ଜାରି କରିଛନ୍ତି । ତେବେ ଦିଲ୍ଲୀ ବିପର୍ୟ୍ୟୟ ପ୍ରାଧିକରଣ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଲାଲ କିଲ୍ଲା ଓ ଆଖପାଖ ଅଞ୍ଚଳରେ ବାର୍ଡ଼ ଫ୍ଲୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପରିସର ସାଧାରଣ ଜନତା ଓ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ନିର୍ଦ୍ଦେଶକଙ୍କ ଅନୁମତି କ୍ରମେ କିଲ୍ଲାକୁ ବନ୍ଦ କରାଯାଇଛି। ଏହା ପୂର୍ବରୁ ଲାଲ କିଲ୍ଲାରେ ୧୪ କାଉ ଓ ୪ଟି ବତକ ମାରିଥିଲେ। ନମୁନା ଯାଞ୍ଚରେ ଏମାନେ ବାର୍ଡ଼ ଫ୍ଲୁର ଶିକାର ହୋଇଥିବା ସ୍ପଷ୍ଟ ହୋଇଥିଲା। ୮ଟି ନମୁନାରେ ବାର୍ଡ଼ ଫ୍ଲୁ ଷ୍ଟ୍ରେନ ମିଳିବା ପରେ ପଶୁପାଳନ ବିଭାଗ ଦିଲ୍ଲୀରେ ବାର୍ଡ଼ ଫ୍ଲୁ ନେଇ ସ୍ପଷ୍ଟ କରିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular