ମାଲକାନଗିରି : ମାଲକାନଗିରି ପୋଲିସକୁ ମିଳିଲା ବଡ ସଫଳତା । କାରରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଏହାକୁ ଜବତ କଲା ମାଲକାନଗିରି ପୋଲିସ । ଏମଭି ୭୯ ଥାନା ଅଞ୍ଚଳରୁ ଚୋରା ଗଞ୍ଜେଇ ବୋଝେଇ କରି ବିହାରକୁ ଚାଲାଣ କରାଯାଉଥିବା ବେଳେ ଗୁଇନ୍ଦା ସୂଚନା ପାଇ ଏମଭି ୭୯ ଥାନା ପୋଲିସ ଏହାକୁ ଯାଞ୍ଚ କରିବା ସମୟରେ ଏଥିରୁ ପ୍ରାୟ ୧୪ କ୍ବିଣ୍ଟାଲ ଗଞ୍ଜେଇ ବାହାରିଥିଲା । ଯାହାର ବଜାର ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି ମାଲକାନଗିରି ଏସଡିପିଓ କହିଛନ୍ତି । ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ବିହାରର ୮ ଜଣଙ୍କ ସମେତ କାଲିମେଳା ଥାନାର ଜଣେ ହୋମଗାର୍ଡଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହାସହ ମୁଖ୍ୟ ଅଭିଯୁକ୍ତଙ୍କ ଘରେ ତଲାସୀ କରାଯିବା ସମୟରେ ଦୁର୍ଲଭ କସ୍ତୁରୀ ମଧ୍ୟ ମିଳିଥିବା ମାଲକାନଗିରି ଏସଡିପିଓ କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0