ଢ଼େଙ୍କାନାଳ: ବେଆଇନ ଭାବେ ଓଡିଶାରୁ ତାମିଲନାଡୁ ରାଜ୍ୟକୁ ଚାଲାଣ ହେଉଛନ୍ତି ଶ୍ରମିକ। ଶ୍ରମିକ ଚାଲାଣ ହେଉଥିବା ବସକୁ ଢ଼େଙ୍କାନାଳ ସଦର ପୋଲିସ ଜବତ କରିଛି। ଏଥିସହ ୨୪ ଜଣ ଶ୍ରମିକଙ୍କୁ ମଧ୍ୟ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକମାନଙ୍କୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ସଂପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ତଦନ୍ତ ଚଳାଇଥିବା ସୂଚନା ମିଳିଛି। ବସରେ ମୋଟ ୨୪ ଜଣ ଶ୍ରମିକ ଥିବା ବେଳେ ସେମାନେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କେରଜୁଳି, ପରଜଙ୍ଗ ବାରିହାପୁର ଏବଂ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ଟେଲକୋଇ ବ୍ଲକ କନ୍ତୁଳେଇ ଅଞ୍ଚଳର ସଞ୍ଜୟ ସାହୁ ନାମକ ଜଣେ ଶ୍ରମିକ ଦଲାଲ ଏମାନଙ୍କୁ ତାମିଲନାଡୁ ପଠାଉଥିବା ସୂଚନା ମିଳିଛି। ଏହି ଘଟଣାରେ ଜିଲ୍ଲା ଶ୍ରମିକ ବିଭାଗ ଖୋଳତାଡ ଆରମ୍ଭ କରିଛି।



Visitors Today : 2
Total Visitors : 130302
Total Views : 9891805
Visitors Online Now : 1