spot_img

ପୋଲିଓ ବୁନ୍ଦା ବଦଳରେ ଶିଶୁଙ୍କୁ ଦିଆଯାଇଛି ହ୍ୟାଣ୍ଡ ସାନିଟାଇଜର

ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା ଯୋଗୁଁ ହସ୍ପିଟାଲରେ ପଡ଼ିଲେ ୧୨ ଶିଶୁ । ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ଦିଆଯାଇଛି ହ୍ୟାଣ୍ଡ ସାନିଟାଇଜର ଡା୍ରପ । ସାନିଟାଇଜର ଡ୍ରାପ ଖାଇ ୧୨ ଶିଶୁ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ଗୁରୁତ୍ୱର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ସମ୍ବେଦନ ଘଟଣା ଘଟିଛି ମହାରାଷ୍ଟ୍ରର ୟାଭତମାଲରୁ । ଗତ ରବିବାର ଦିନ ୧ ବର୍ଷରୁ ୫ ବର୍ଷ ବୟସ ଯାଏଁ ଶିଶୁଙ୍କୁ ପୋଲିଓ ଦିଆଯାଉଥିଲା । ଏହି ସମୟରେ ୟାଭତମାଲ ଜିଲ୍ଲାର ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର ଦିଆଯାଇଥିଲା । ଏହାପରେ ଅନେକ ଶିଶୁଙ୍କ ଅବସ୍ଥ୍ୟା ଗୁରୁତର ହୋଇଥିଲା । ଅନେକ ପିଲାଙ୍କୁ ବାନ୍ତି ମଧ୍ୟ ହୋଇଥିଲା । ପରେ ସମସ୍ତ ଗୁରୁତର ଶିଶୁଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତ ଶିଶୁଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ହସ୍ପିଟାଲର ଡ଼ିନ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular