spot_img

ମେ’ ୪ରୁ ଆରମ୍ଭ ହେବ ସିବିଏସଇ ପରୀକ୍ଷା

ଭୁବନେଶ୍ୱର: ମେ’ ୪ରୁ ଆରମ୍ଭ ହେବ ସିବିଏସଇ ପରୀକ୍ଷା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ ଘୋଷଣା କଲା ସିବିଏସଇ । ସିବିଏସଇ ପରୀକ୍ଷା ନେଇ ସୂଚୀ ପ୍ରକାଶ କଲେ କେନ୍ଦ୍ର ସରକାର । ଏନେଇ ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ଜାନୁଆରୀ ୨୮ରେ ସିବିଏସଇ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା ସରିଥିଲା । ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ ୧୦ ପର୍ୟ୍ୟନ୍ତ ଚାଲିବ ବୋଲି କୁହାଯାଇଥିଲା । ସେହିପରି ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ୨୦୨୧-୨୨ର ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତିକୁ ପାଳନ କରିବା ପାଇଁ ସିବିଏସଇ ପାଠ୍ୟକ୍ରମରେ ହେବାକୁ ଥିବା ପରିବର୍ତ୍ତନ ଉପରେ ଆଲୋଚନା କରିବାକୁ ଶିକ୍ଷା ମନ୍ତ୍ରୀ ଏକ ଅନଲାଇନ ବୈଠକ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular