ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସକୁ ବଡ଼ ସଫଳତା। ୫ ଜଣ ଲୁଟେରାଙ୍କୁ ଧରି କୋର୍ଟ ଚାଲାଣ କରିଛି ଖଲ୍ଲିକୋଟ ପୋଲିସ। ଏମାନଙ୍କଠାରୁ ୯ଟି ବନ୍ଧୁକ ସହ ୧୩ ରାଉଣ୍ଡ ଗୁଳି, ୫ ଟି ମାଗାଜିନ, ଦୁଇଟି ଖଣ୍ଡା ଓ ତିନିଟି ବାଇକ ଜବତ କରିଛି ପୋଲିସ। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଆଡିସନାଲ ଏସପି ଠାକୁର ପ୍ରସାଦ ପାତ୍ର। ବହୁ ଦିନ ଧରି ଖଲ୍ଲିକୋଟ ଅଞ୍ଚଳରେ ଚୋରି, ଡକାୟତି ଓ ରାହାଜନୀ ବଢିଚାଲିଥିବା ବେଳେ ଏହାକୁ ରୋକିବା ପାଇଁ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଖଲ୍ଲିକୋଟ ଥାନା ଅଧିକାରୀଙ୍କ ଏକ ସ୍ବତନ୍ତ୍ର ଟିମ ଅଭିଯାନ ଆରମ୍ଭ କରିଥିଲା। ଗତକାଲି କୌଣସି ସୂତ୍ରରୁ ଖବର ପାଇ ସାନଘାଟି ନିକଟରେ ଡକାୟତି କରିବା ଉଦ୍ଦେଶ୍ୟରେ ଛକି ରହିଥିବା ୪ ଜଣକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ। ଏହା ସହ କୈରାଶି ସମିତିସଭ୍ୟା ଉଷାରାଣୀ ରାଉତଙ୍କ ସ୍ବାମୀ ତଥା ବିଜେପି ନେତା ସନ୍ତୋଷ କୁମାର ରାଉତ ବେଆଇନ ଭାବେ ବନ୍ଧୁକ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0