ଭାରତୀୟ ବଂଶୋଭବ ଭବ୍ୟା ଲାଲଙ୍କ ହାତରେ ନାସା । ସେ ନାସାର କାମଚଳା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ସୋବାର ତାଙ୍କୁ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି କାମଚଳା ମୁଖ୍ୟ ଭାବେ ନିୟୁକ୍ତ କରିଛି । ଇଞ୍ଜିନିୟରିଂ ଓ ସ୍ପେଶ୍ ଟେକ୍ନୋଲୋଜିରେ ବିପୁଳ ଅଭିଜ୍ଞତା ପାଇଁ ତାଙ୍କୁ ଏହି ନିଯୁକ୍ତି ମିଳଥିବା ଜଣାପଡିଛି। ପୂର୍ବରୁ ୨୦୦୫ରୁ ୨୦୨୦ ପର୍ୟ୍ୟନ୍ତ ନାସାରେ ରିସର୍ଚ୍ଚ ଷ୍ଟାଫ୍ ଥିଲେ ଭବ୍ୟା ଲାଲ। ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ଦ୍ୱାରା ନାସାର ପରିବର୍ତ୍ତନ ଉପରେ ଗଠନ ହୋଇଥିବା ସମୀକ୍ଷା ଦଳର ଜଣେ ସଦସ୍ୟ ଅଟନ୍ତି ଭବ୍ୟା ଲାଲ ଏବଂ ସେ ବାଇଡେନ ପ୍ରଶାସନ ଅଧୀନରେ ଥିବା ଏଜେନ୍ସିର ପରିବର୍ତ୍ତନକୁ ତଦାରଖ କରୁଛନ୍ତି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏକ ବିବୃତ୍ତିରେ କହିଛି ଯେ ଲାଲଙ୍କର ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିରେ ବିପୁଳ ଅଭିଜ୍ଞତା ରହିଛି। ଲାଲା ସ୍ପେସ୍ ଟେକ୍ନୋଲୋଜି ଏବଂ ପଲିସି ସମ୍ପ୍ରଦାୟର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0