spot_img

KGF-2ର ରିଲିଜ ଦିନ ଜାତୀୟ ଛୁଟି ଘୋଷଣା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ମୁମ୍ବାଇ: ବହୁପ୍ରତୀକ୍ଷିତ KGF-2 ଫିଲ୍ମର ରିଲିଜ ଡେଟ ଦିନ ଜାତୀୟ ଛୁଟି ଦିନ ଘୋଷଣା କରାଯାଉ ବୋଲି ଜଣେ ପ୍ରଶଂସକ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ପ୍ରଶଂସକଙ୍କ ଦ୍ୱାରା ମୋଦିଙ୍କୁ ଲେଖା ଯାଇଥିବା ଚିଠି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଚିଠିରେ ଲେଖା ହୋଇଛି ,’ସାର, ୟଶଙ୍କର ଫିଲ୍ମ କେଜିଏଫ ଚ୍ୟାପ୍ଟର-୨, ୧୬ ଜୁଲାଇ ୨୦୨୧ରେ ରିଲିଜ ହେବାକୁ ଯାଉଛି । ଲୋକମାନେ ଏହି ଫିଲ୍ମକୁ ବହୁ ଉତ୍ସାହାର ସହିତ ଅପେକ୍ଷା କରିଛନ୍ତି , ଏଥିପାଇଁ ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ଏହି ଦିନ ଜାତୀୟ ଛୁଟି ଘୋଷଣା କରାଯାଉ । ଆମର ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଏହା କେବଳ ଫିଲ୍ମ ନୁହେଁ, ଏହା ଆମର ଇମୋସନ୍ ।’

LEAVE A REPLY

Please enter your comment!
Please enter your name here

- Advertisment -

Most Popular