ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଇଂଲଣ୍ଡ ଦଳ ଗୋଟିଏ ମଧ୍ୟ ମ୍ୟାଚ ଜିତି ପାରିବ ନାହିଁ ବୋଲି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର । ତେବେ ଚଳିତଥର ଇଂଲଣ୍ଡ କ୍ରିକେଟ୍ ଦଳ ଯେଉଁ ସ୍ପିନରଙ୍କୁ ନେଇ ଭାରତ ଆସିଛି ସେମାନେ ଭାରତୀୟ ପିଚ୍ରେ ସଫଳତା ପାଇବା ଆଶା କମ୍ ତେଣୁ ଏହି ଦଳ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍ ଜିତିବା ଅସମ୍ଭବ ବୋଲି ଗମ୍ଭୀର ଏକ ଆଲୋଚନାଚକ୍ରରେ ଯୋଗ ଦେଇ କହିଛନ୍ତି। ସୂଚନାଥାଉକି ଇଂଲଣ୍ଡ ଟେଷ୍ଟ ଦଳରେ ମୋଇନ୍ ଅଲ୍ଲି, ଡୋମ୍ ବେସ୍ ଓ ଜ୍ୟାକ୍ ଲିଚ୍ ସ୍ପିନର ଭାବେ ରହିଛନ୍ତି। ମୋଇନ୍ ଅଲ୍ଲି ୬୦ଟି ଟେଷ୍ଟ ମ୍ୟାଚ୍ ଖେଳି ୧୮୧ଟି ୱିକେଟ୍ ହାସଲ କରିଥିବା ବେଳେ ବେସ୍ ଓ ଲିଚ୍ ୧୨ଟି ଲେଖାଏଁ ଟେଷ୍ଟ ମ୍ୟାଚ୍ ଖେଳି ଯଥାକ୍ରମେ ୩୧ ଓ ୪୪ଟି ୱିକେଟ୍ ହାସଲ କରିଛନ୍ତି। ଗମ୍ଭୀର ନିଜ ପ୍ରତିକ୍ରିୟାରେ କହିଛନ୍ତି ଟେଷ୍ଟ ସିରିଜ୍ରେ ଭାରତ ୩-୦ରେ ବିଜୟୀ ହେବ। ଦୁଇ ଦଳ ମଧ୍ୟରେ ଗୋଟିଏ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେଉଥିବାରୁ ଏହି ମ୍ୟାଚ୍ ଡ୍ର ରହିବାର ସମ୍ଭାବନା ରହିଥିବା ଗମ୍ଭୀର ମତ ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିବା ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ୍ ଭାରତ ବିପକ୍ଷ ସିରିଜ୍ରେ ଏକ ନୂଆପ୍ରକାର ଆହ୍ବାନର ସମ୍ମୁଖୀନ ହେବେ ବୋଲି ଗମ୍ଭୀର କହିଛନ୍ତି। ଭାରତୀୟ ଦଳରେ ଯଶପ୍ରୀତ୍ ବୁମରାଙ୍କ ଭଳି ଦ୍ରୁତ ବୋଲର ଓ ରବିଚନ୍ଦ୍ରନ୍ ଅଶ୍ବିନ୍ଙ୍କ ପରି ସ୍ପିନର ରହିଥିବାରୁ ସେମାନଙ୍କୁ ମୁକାବିଲା କରିବା ଇଂଲଣ୍ଡ ବ୍ୟାଟସମ୍ୟାନ୍ଙ୍କ ନିମନ୍ତେ କଷ୍ଟକର ହେବ ବୋଲି ଗମ୍ଭୀର ମତ ଦେଇଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0