ମାଞ୍ଚେଷ୍ଟର: ଇଂଲଣ୍ଡ- ୱେଷ୍ଟଇଣ୍ଡିଜ ଟେଷ୍ଟ୍ର ସିରିଜ ନିର୍ଣ୍ଣାୟକ ମ୍ୟାଚର ଆଜି ତୃତୀୟ ଦିନ ଥିବା ବେଳେ ବିଜୟ ଲକ୍ଷ୍ୟ ନେଇ ଆଗେଇ ଚାଲିଛି ଇଂଲଣ୍ଡ । ଇଂଲଣ୍ଡ ମ୍ୟାଚ୍ ଜିତିବାରୁ ୩୯୯ ରନ୍ ର ଟାର୍ଗେଟ ଦେଇଥିବା ବେଳେ ଇଣ୍ଡିଜ୍ ଟିମ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୦ ରନରେ ୨ ୱିକେଟ ହରାଇଛି । ସେପଟେ ମ୍ୟାଚ ଶେଷ ହେବାକୁ ଆହୁରିି ଦୁଇ ଦିନ ବାକି ରହିଛି । ତେଣୁ ଏହି ଦୁଇ ଦିନରେ ଇଂଲଣ୍ଡ ୮ ୱିକେଟ ଦଖଲ କରିବାର ଲକ୍ଷ୍ୟ ରଖିଥିବା ବେଳେ ଇଣ୍ଡିଜ ୩୧ ବର୍ଷ ପରେ ଇଂଲଣ୍ଡ ମାଟିରେ ବିଜୟର ଆଶା ରଖିଛି । ଆଜି ଖେଳ ଶେଷ ସୁଦ୍ଧା ହୋପ ୪ ରନ୍ ଓ କ୍ରେଗ ବ୍ରାଥୱେଟ ୨ ରନ୍ କରି ଅପରାଜୟ ରହିଛନ୍ତି । ଇଣ୍ଡିଜ୍ ଟିମର ଷ୍ଟୁଆର୍ଟ ବ୍ରଡ୍ ଦୁଇଟି ଯାକ ୱିକେଟ ନେଇଛନ୍ତି । ଓପନର ଜନ କ୍ୟାମ୍ବେଲ ଖାତା ନ ଖୋଲି ଆଉଟ୍ ହୋଇଯାଇଥିବା ବେଳେ ନାଇଟୱାନ୍ ମ୍ୟାନ ରୋଚ୍ ୪ ରନ୍ କରି ଆଉଟ ହୋଇଛନ୍ତି । ଇଂଲଣ୍ଡ ପ୍ରଥମ ଇନିଂସରେ ୩୬୯ ରନ୍ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ମାତ୍ର ୧୯୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଇଂଲଣ୍ଡ ୧୭୧ ରନରେ ଅଗ୍ରଣୀ ହାସଲ କରିଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0