ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆଉ ୧୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୪୧ଟି ସ୍ଥାନୀୟ କେସ୍ ରହିଥିବା ବେଳେ କ୍ୱାରେଣ୍ଟାଇନରୁ ୧୧୮ଟି କେସ୍ ରହିଛି । ସଂକ୍ରମିତଙ୍କ ମଧ୍ୟରୁ ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୪୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଇଗିଣିଆ ଆଳୁଗଦିରୁ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ ହୋଉଛି । ୟୁନିଟ ୩ ଖାରବେଳ ନଗରରୁ ୧୩,ସହିଦ ନଗରରୁ ୫ ଏବଂ ସାଲିଆସାହିରୁ ୫ ଆକ୍ରାନ୍ତ ଚିହ୍ନଟ ସେହିପରି ପଳାଶୁଣିରୁ ୪, ଗଙ୍ଗନଗରରୁ ୩ ଓ ଶୈଳଶ୍ରୀବିହାର ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୫୦ରେ ପହଁଚିଛି । ଏହାମଧ୍ୟରୁ ୧୦୧୧ଜଣ ସୁସ୍ଥ ହୋଇଥିବା ବେଳେ ୧୨ଜଣ ପ୍ରାଣ ହରାଇଛନ୍ତି । ସେହିପରି ୧୧୨୫ଟି ସକ୍ରିୟ କେସ୍ ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0