spot_img

ଆଠମଲ୍ଲିକ, ଦୁର୍ଘଟଣାରେ ମୃତ୍ୟୁ ନେଇ ବିଜେପିର ଉତ୍ତେଜନା

ଆଠମଲ୍ଲିକ: ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଭାରତୀୟ ଜନତା ପାର୍ଟିର ଉତ୍ତେଜନା । ଆଠମଲ୍ଲିକ ରେ ଦେଖିବାକୁ ମିଳିଛି ଏହି ଉତ୍ତେଜନା । ଜାମୁଡ଼ଲି ନିବାସୀ ଚିତ୍ରସେନା ସାହୁ ଗତକାଲି ରାତିରେ ଆଠମଲ୍ଲିକରୁ ନିଜ ଘରକୁ ଫେରୁଥିବା ସମୟରେ ଲିପିରାଇ ମନ୍ଦିର ନିକଟରେ ରାସ୍ତା ନିର୍ମାଣ ପାଇଁ ଖୋଳା ଯାଇଥିବା ଗାତରେ ଖସିଯାଇ ମୃତ୍ୟୁ ବରଣ କରିଛନ୍ତି । ଯାହାକୁ ନେଇ ଆଠମଲ୍ଲୀକ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶବରଖି ଆନେ୍ଦାନଳ କରିଛି ବିଜେପି । କାର୍ଯ୍ୟରେ ସମ୍ପୃକ୍ତ ଠିକାଦାର ଓ ଲାଇସେନ୍ସ ରର୍ଦ୍ଧ କରିବା ସହ ଅନ୍ୟ ବିଭିନ୍ନ ଦାବିରେ ପୁର୍ତ୍ତ ବିଭାଗ ଅଧିକାରୀ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହା ସହ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛି ବିଜେପି । ତେବେ ବାରମ୍ବାର ସେହି ସ୍ଥାନରେ ଦୁର୍ଘଟଣା ହୋଇି ଜୀବନ ହାନି ଘଟୁଥିବା ନେଇ ପୁର୍ବରୁ ଅଭିଯୋଗ ହୋଇଆସିଥିଲେ ମଧ୍ୟ ତାହାର ମରାମତି କରାଯାଇ ନାହିଁ । ସେପଟେ ୭ନମ୍ବର ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟ ଚିତତ୍ତରଞ୍ଜନ କର୍ଣ୍ଣ ଏହାକ୍ୁ ଦୃଢ ନିନ୍ଦା କରିବା ସହିତ ଠିକାଦାର ଓ ସମ୍ପୃକ୍ତ ପୁର୍ତ୍ତବିଭାଗ ଅଧିକାରୀଙ୍କୁ ଦାୟୀ କରିଛନ୍ତି । ଏହି ରାସ୍ତାର ଶୁଭ ଦେବାକୁ ଆଠମଲ୍ଲିକ ବିଧାୟକ ରମେଶ ସାଏ,ବିଜେଡ଼ି ସାଂସଦ ପ୍ରାର୍ଥୀ ନଳିନୀ କାନ୍ତ ପ୍ରଧାନ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular