ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱରରେ ବର୍ଷ ବର୍ଷ ଧରି ସମସ୍ତଙ୍କ ସାମନାରେ ବେଧଡ଼କ ଭାବେ ନକଲି ମୃଦୁ ପାନୀୟ ଫ୍ୟା୍କ୍ଟ୍ରି ଚଳାଇଥିବା ଶ୍ରପତ୍ତିଙ୍କୁ ଶେଷରେ ବାନ୍ଧିଲା ପୁଲିସ୍। ଗତକାଲି ଚଢ଼ାଉ କରି ଫ୍ୟା୍କ୍ଟ୍ରି ସିଲ୍ କରିଥିଲା ପୁଲିସ୍। ସୂଚନାଯୋଗ୍ୟ, ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବର୍ଷ ବର୍ଷ ଧରି ବେଧଡକ ଚାଲିଥିଲା ଦୁଇ ନମ୍ବରି କାରବାର। ପୁଲିସର ନାକ ତଳେ ଏବଂ ସମସ୍ତଙ୍କ ଆଖି ସାମ୍ନାରେ ଏହି କାରବାର ଚାଲୁଥିଲେ ମଧ୍ୟ କେହି ଏହାର ଟେର ପାଇପାରୁ ନ ଥିଲେ। ଏପରିକି ଚାରି ପାଞ୍ଚ ପ୍ରକାରର ମୃଦୁ ପାନୀୟ, ଜୁସ୍ ଏବଂ ମସାଲା ଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିଲା ।
ହେଲେ କୋଲ୍ଡ ଡ୍ରିଙ୍କସରେ କେଉଁ ଉତ୍ପାଦ କେତେ ପରିମାଣରେ ମିଶାଯିବ ଏବଂ ଶରୀର ଉପରେ ତା’ର କଣ ପ୍ରଭାବ ରହିବ, ତାର ଯାଞ୍ଚ ପାଇଁ ଏଠାରେ ନା ଲାବ୍ରୋଟାରୀ ଥିଲା ନା ଟେକ୍ନିସିଆନ୍ ଥିଲେ । ବଜାରରେ ବିକ୍ରି ହେଉଥିବା ବଡ ବଡ ବ୍ରାଣ୍ଡ ଭଳି ସମାନ ବୋତଲରେ ନକଲି ଲେବୁଲ ଲଗାଇ ଅପମିଶ୍ରିତ ମୃଦୁ ପାନୀୟ ତିଆରି ହେଉଥିଲା ।
ବ୍ରାଣ୍ଡେଣ୍ଡ କୋଲ୍ଡ ଡ୍ରିଙ୍କସ ବୋତଲ ପରି ଏହି ବୋତଲ ରହୁଥିବା ବେଳେ ନାଁରେ କରାଯାଉଥିଲା ସାମାନ୍ୟ କାରଖାନାରେ ତିଆରି ହେଉଥିବା ନକଲି ମୃଦୁ ପାନୀୟରେ ସୋ଼ଡିଅମ୍ ବେଞ୍ଜୋଟ୍ ଏବଂ ସାଇଟ୍ରିକ ଏସିଡ୍ ଭଳି କେମିକାଲ ମିଶାଯାଉଥିଲା। ଯାହାର ପରିମାଣ ସଠିକ ନରହିଲେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ ବୋଲି ଆଲୋଚନା ହେଉଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0