ନବରଙ୍ଗପୁର: ନବରଙ୍ଗପୁର ରାଇଘର ମିନି ଷ୍ଟାଡ଼ିୟମରେ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଆୟୋଜିତ । ଏହି ମିଶ୍ରଣ ପର୍ବରେ ଉଭୟ କଂଗ୍ରେସ ଏବଂ ବିଜେପିର କର୍ମୀ ଯୋଗ ଦେଇଥିଲେ । ସମାବେଶରେ ବିଜେଡ଼ିର ସାଂଗଠାନିକ ଦାୟିତ୍ୱରେ ଥିବା ପ୍ରକାଶ ଦାଶ ତଥା ଯାଜପୁର ବିଧାୟକଙ୍କ ସହ ସଞ୍ଜୟଦାସ ବର୍ମା ପହଞ୍ଚି କାର୍ଯ୍ୟକ୍ରମ ଆରମ୍ଭକରି କରିଥିଲେ । ନବରଙ୍ଗପୁରରେ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ଉମରକୋଟ ନିର୍ବାଚନ ମଣ୍ଡଳୀରେ ପରାଜୟ ହେବା ପରେ ବାଜି ମାରିଥିଲା ବିଜେପି । ଉମରକୋଟ ନିର୍ବାଚନ ମଣ୍ଡଳୀ ରେ ବିଜେଡି କାୟ ଧୀରେ ଧୀରେ ଲୋପ ପାଇବାରେ ଲାଗିଥିଲା ଏହାକୁ ନଜର ରଖି ଏବେ ବିଜୁ ଜନତା ଦଳ ଉମରକୋଟ ନିର୍ବାଚନ ମଣ୍ଡଳୀ କୁ ସୁଦୃଢ କରିବା ପାଇଁ କିଛି ଦିନ ଆଗରୁ ବ୍ଲୁ ପ୍ରିଣ୍ଟ କରିଥିଲା l୨୦୧୯ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ବିଧାୟିକା ଭାବେ ଜୋସଦା ଗଣ୍ଡ ଠିଆ ହୋଇ ପରାଜିତ ହେବାପରେ ଆଜି ସେ ବିଜେଡି ରେ ମିଶି ଦଳକୁ ଆହ୍ୱାନ କରିକହିଥିଲେ ଆଗାମୀ ନିର୍ବାଚନ ରେ ଉମରକୋଟ ନିର୍ବାଚନ ମଣ୍ଡଳୀ ବିଜେଡି ହିଁ ଜୟ ଲାଭ କରିବ କହିଥିଲେ l ଏହି ଶୋଭା ରେ ପ୍ରଣବ ପ୍ରକାଶ ଦାସ ନିଜ ଭାଷଣ ରେ କହିଥିଲେ ଆଗାମୀ ନିର୍ବାଚନ ରେ ବିଜେଡି ହିଁ ଉମରକୋଟ ନିର୍ବାଚନ ମଣ୍ଡଳୀ ବିଜୟ ଲାଭ କରିବ ବୋଲି ସଞ୍ଜୟ ଦାସ୍ ବର୍ମା ପ୍ରକାଶ କରିଛନ୍ତି । ଏହି ମିଳନ ରେ ମୂଖ୍ୟ ଦାୟିତ୍ଵ କଂଗ୍ରେସ ଦଳର ଶ୍ରୀ ଜତିନ୍ଦ୍ର ଗଣ୍ଡ , ପୂର୍ଣ୍ଣ ବାଘ୍, ଗୁପ୍ତ ଝଙ୍କାର ଙ୍କ ସଂଗଠନ ରେ ଶତାଧିକ କର୍ମୀ ଯୋଗ ଦେଲେ ବିଜୁ ଜନତା ଦଳରେ । ସମ୍ପୂର୍ଣ୍ଣ ମହାସଭା ରେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ଶ୍ରୀ ସୁବାଷ ଗଣ୍ଡ, ଉମରକୋଟ ବିଜେଡ଼ି କର୍ମୀ ଯଥା ଟାଉନ୍ କୋର୍ମି ସମସ୍ତେ ଉପସ୍ଥିତ ଥିଲେ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 1