spot_img

ଅଟୋ ଚାଳକକୁ ଅପହରଣ ବେଳେ କାବୁ କଲା ପୁଲିସ

ରାଜନଗର: ଅଟୋ ଚାଳକକୁ ଅପହରଣ କରି ନେଉଥିବା ବେଳେ କାବୁ କଲା ପୁଲିସ । ରାଜନଗର ଗୁପ୍ତି ପଞ୍ଚାୟତ ସିଙ୍ଗଡ଼ା ଗାଁର ଅମଲ ଗାଇନଙ୍କୁ ଦୁବୁର୍ତ୍ତ ଉଠାଇ ନେବା ସହିତ ନିସ୍ତୁକ ମାଡ଼ ମାରିଛନ୍ତି । ଅମଲ ନିଜ ଅଟୋ ନେଇ ରାଜନଗରରୁ ସିଙ୍ଗଡ଼ାପାଳ ଯାଇଥିବାବେଳେ କାଠପଙ୍ଗରା ନିକଟରୁ ଦୁବୁର୍ତ୍ତ ମାନେ ତାଙ୍କୁ ଉଠାଇ ନେଇଥିଲେ । ପାଖାପାଖି ପାଂଚ ଜଣ ବ୍ୟକ୍ତି ମୁହଁରେ କଳାରଙ୍ଗର ମାକ୍ସ ପିନ୍ଧି ଉଠାଇ ନେଇ ଇଶ୍ୱରପୁର ପଂଚାୟତର ଜୁନୁସନଗର ରେ ଥିବା ବେଳେ ପୁଲିସକୁ ଦେଖି ଅଭିଯୁକ୍ତ ଖସି ଯାଇଥିଲେ । ପରେ ଅପହୃତ ଯୁବକକୁ ଗୁରୁତର ଅବସ୍ଥାରେ ରାଜନଗର ପୁଲିସ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଛି । ଅନ୍ୟପକ୍ଷରେ ରାଜନଗର ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular