spot_img

ଦିଲ୍ଲୀ ଟ୍ରାକ୍ଟର ରାଲି ହିଂସାରେ ହସ୍ତକ୍ଷପ କରିବେନି ସୁପ୍ରିମ କୋର୍ଟ

ଦିଲ୍ଲୀ ଟ୍ରାକ୍ଟର ରାଲି ହିଂସାରେ ହସ୍ତକ୍ଷପ କରିବେନି ସୁପ୍ରିମ କୋର୍ଟ । ୨୬ ଜାନୁଆରୀରେ ଦିଲ୍ଲୀରେ କୃଷକ ମାନେ କରିଥିବା ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକୁ ନେଇ ଆଜି ସୁପ୍ରିମ କୋର୍ଟ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ କୋର୍ଟ ଏହି ମାମଲାରେ ମୁଣ୍ଡ ପୁରାଇବେ ନାହିଁ ବୋଲି ସିଧା ସିଧା କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ ବୋବଡ଼େ କହିଛନ୍ତି ଯେ ,ସରକାର ଏହି ମାମଲାକୁ ଦେଖୁଛନ୍ତି ।ତେଣୁ କୋର୍ଟ କିଛି କରିପାରିବ ନାହିଁ । ତେବେ ଏହି ମାମଲାର ବିଚାର ପାଇଁ ସୁପ୍ରିମ କୋର୍ଟରେ ୫ଟି ଯାଚିକା ଦାଖଲ କରାଯାଇଥିଲା । କେହି କେହି ଏହି ଘଟଣାକୁ ଦେଶ ବିରୋଧୀ ଏବଂ କିଛି ଏହାକୁ ସରକାର ଓ ପୋଲିସର ଅପାରଗତା ବୋଲି ଦର୍ଶାଇ ଥିଲେ । ଆଉକିଛି ଏହି ଘଟଣାରେ ଅନ୍ତରାଷ୍ଟ୍ରୀୟ ଲିଙ୍କ ଥିବାର ଅଭିଯୋଗ କରି ମାମଲାକୁ ଏନଆଇକୁ ହସ୍ତାନ୍ତର କରିବା ପାଇଁ କୋର୍ଟଙ୍କୁ ଜଣାଇଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular