କଟକ: କଟକ-ଚାନ୍ଦବାଲି ରାସ୍ତାର ଚାନ୍ଦୋଳ ତେଲ ଟାଙ୍କି ନିକଟରେ ସଡକ ଦୁର୍ଘଟଣା । ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ବାଲି ବୋଝେଇ ହାଇୱା । ଘଟଣାସ୍ଥଳରେ ସାଇକେଲ ଆରୋହୀ ମୃତ । ମୃତକ ହେଲେ ରଜାଙ୍ଗ ଗ୍ରାମର କାଳିଆ । କାଳିଆ ଚାନ୍ଦୋଳ ବଜାରରେ ଏକ ଜଳଖିଆ ଦୋକାନ କରିଥିଲେ । ଧକ୍କା ଦେଇଥିବା ହାଇୱା ଖସି ଯାଉଥିବା ବେଳେ ବାଲିଆ ବଜାର ନିକଟରେ କାବୁ କଲେ ସ୍ଥାନୀୟ ଲୋକେ । କ୍ଷତିପୂରଣ ଦାବିରେ ଘଟଣା ସ୍ଥଳରେ ମୃତଦେହ ରଖି ରାସ୍ତା ରୋକ କରିଛନ୍ତି ଅଞ୍ଚଳ ବାସୀ । ସଦରଥାନା ପୋଲିସ ପହଁଞ୍ଚି ଡ୍ରାଇଭରକୁ ଥାନକୁ ନେଇଥିବା ବେଳେ ଉତ୍ତେଜନା ଲାଗିରହିଥିବା ସ୍ଥାନରେ ପୋଲିସ ପହଁଞ୍ଚି ବୁଝା ସୁଝା କରୁଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0