spot_img

୮୩ ତେଜସ ବିମାନ ଡ଼ିଲ ଉପରେ ଲାଗିଲା ମୋହର

ଆହୁରୀ ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ୮୩ ତେଜସ ବିମାନ ଡ଼ିଲ ଉପରେ ଲାଗିଲା ମୋହର । ବୁଧବାର ବେଙ୍ଗାଲୁରରେ ଆୟୋଜିତ ଏରୋ ଇଣ୍ଡିଆ ୨୦୨୧ କାର୍ଯ୍ୟକ୍ରମରେ ଏହି ଘୋଷଣା ହୋଇଛି । ସରକାର ୮୩ ତେଜସ ଲାଇଟ କମ୍ବାଟ ବିମାନ ପ୍ରସ୍ତାବ ଉପରେ ମଧ୍ୟ ମୋହର ମାରିଛନ୍ତି ।ଏହି ବିମାନକୁ ହିନ୍ଦୁସ୍ଥାନ ଇରୋନେଟିକ୍ସ ଲିମିଟେଡ଼ ନିର୍ମାଣ କରିବ । ଏହାର ଖାସ କଥା ହେଲାଏହାକୁ ସ୍ୱ;ଦଶୀ ମିଲିଟାରୀ ଏଭିଏସନ ସେକ୍ଟରର ସବୁଠାରୁ ବଡ଼ ଡ଼ିଲ ବୋଲି କୁହାଯାଉଛି । ଏଥିସହ ଏରୋ ଇଣ୍ଡିଆ ଶୋ’ ମଧ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular