ସବୁ ଧର୍ମର ଯୁବକ ଏବଂ ଯୁବତୀଙ୍କ ବିବାହ ବୟସ ୨୧ ବର୍ଷ କରାଯାଉ। ଏ ନେଇ ପୂର୍ବରୁ ଦାବି କରାଯାଇଥିଲା। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ଆବେଦନକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ସବୁ ଧର୍ମରେ ବିବାହ ବୟସ ସମାନ ରଖିବା ପାଇଁ ହୋଇଥିବା ଏକ ଜନହିତ ଆବେଦନ ଉପରେ ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ଏହି ମାମଲା ରାଜସ୍ଥାନ ଏବଂ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଦାଏର ହୋଇଥିଲା। ତେବେ ଏହି ଆବେଦନକୁ ଉଚ୍ଚତ୍ତମ ନ୍ୟାୟାଳୟକୁ ସ୍ଥାନାନ୍ତର କରିବା ପାଇଁ ଦାବି କରାଯାଇଥିଲା। ଏ ନେଇ କେନ୍ଦ୍ରକୁ ଜବାବ ତଲବ କରାଯାଇଛି। ଏହି ମାମଲାକୁ ନେଇ ଭିନ୍ନ ଭିନ୍ନ ବିଚାର କରିବା ପରି ସ୍ଥିତି ସୃଷ୍ଟି ନ ହେଉ ସେଥିପାଇଁ ସୁପ୍ରିମ୍କୋର୍ଟ ଏକକାଳୀନ ଏହାର ଶୁଣାଣି କରିବାକୁ ଚାହୁଁଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲା ଶୁଣାଣି କରି ଏପରି ନୋଟିସ କରିଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0