ଭୁବନେଶ୍ବର : ଓଡିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ପ୍ରଦୂଷଣ ହ୍ରାସ କରିବା ଲାଗି ପୁରୁଣା ଗାଡି ଉପରେ ଗ୍ରୀନ ଟାକ୍ସ ଲାଗୁ ପାଇଁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି। କେତେ ବର୍ଷର ପୁରୁଣା ଗାଡି ଉପରେ କେତେ ଟଙ୍କାର ଟାକ୍ସ ଲାଗୁ ହେବ ତାହା ମଧ୍ୟ ଏଥିରେ ସ୍ପଷ୍ଟ କରାଯାଇଛି। ଟ୍ରାନ୍ସପୋର୍ଟ ଯାନ ବାହନ ଯଦି ୮ ବର୍ଷରୁ ପୁରୁଣା ହୋଇଥାଏ, ତାହେଲେ ଏହା ଉପରେ ସଡ଼କ ଟାକ୍ସର ବାର୍ଷିକ ୧୦ରୁ୨୫ ପ୍ରତିଶତ ପର୍ଯ୍ୟନ୍ତ ଟାକ୍ସ ଲାଗୁ ହେବ।
ସେହିପରି ପବ୍ଲିକ ଟ୍ରାନ୍ସପୋର୍ଟରେ ବ୍ୟବହୃତ ଗାଡି, ଯାଥା ସିଟି ବସ, ଇଣ୍ଟର-ଷ୍ଟେଟ୍ ବସ ଓ ସ୍କୁଲ ବସ ଆଦି ଉପରେ ଟାକ୍ସ ଲାଗୁ କରାଯିବ। ନନ୍ –ଟ୍ରାନ୍ସପୋର୍ଟ ଯାନ ଯଦି ୧୫ ବର୍ଷର ପୁରୁଣା ହୋଇଥିବ, ତାହେଲେ ଏ କ୍ଷେତ୍ରରେ ସେହିସବୁ ଗାଡି ଉପରେ ଗ୍ରୀନ ଟାକ୍ସ ଲାଗୁ କରାଯିବ। ଗାଡି ପଞ୍ଜିକରଣ ନବୀକରଣ ସମୟରେ ଏହି ଟାକ୍ସ ନିଆଯିବ। ୫ ବର୍ଷ ପାଇଁ ଏହି ଟାକ୍ସ ନିଆଯିବ। ଦେଶର ୭ଟି ରାଜ୍ୟରେ ଏହି ଟାକ୍ସ ଲାଗୁ ହୋଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0